Advertisment

ପୁଲିସକୁ କାମୁଡ଼ି ଚମ୍ପଟ ମାରିଲା ଅଭିଯୁକ୍ତ

ଜଣଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ ମାମଲାରେ ଦୀର୍ଘଦିନ ଧରି ଫେରାର ଥିଲା ପ୍ରଦୂଷ।

ଅଦ୍ୟତନ ହୋଇଛି
Attack

Attack

Advertisment

ପୁଲିସକୁ କାମୁଡ଼ି ଚମ୍ପଟ ମାରିଲା ହତ୍ୟା ଉଦ୍ୟମକାରୀ ଅଭିଯୁକ୍ତ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ। ଅଭିଯୁକ୍ତ ଜଣଙ୍କ ହେଲେ ରାମଚନ୍ଦ୍ରପୁର ବାତୋ ପଞ୍ଚାୟତ କରଡ଼ାପାଳ ଗାଁରେ ପ୍ରଦୂଷ ବରାଳ।

Advertisment

ସୂଚନା ଅନୁଯାୟୀ, ଜଣଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ ମାମଲାରେ ଦୀର୍ଘଦିନ ଧରି ଫେରାର ଥିଲା ପ୍ରଦୂଷ।  ପ୍ରଦୂଷ ଗାଁରେ ଥିବା ପୁଲିସକୁ ଖବର ପାଇଥିଲା। ଗତକାଲି ସାଇଁକୁଳ ଫାଣ୍ଡି ଅଧିକାରୀ ଓ ପୁଲିସ ଟିମ୍ ଘରେ ପହଞ୍ଚି ପ୍ରଦୂଷକୁ କାବୁ କରିଥିଲେ। ପୁଲିସ ଗିରଫ କରି ନେବା ସମୟରେ ପ୍ରଥମେ ପୁଲିସକୁ ଆକ୍ରମଣ କରିଥିଲା ପ୍ରଦୂଷ। ପରେ ପୁଲିସର ଡାହାଣ ହାତକୁ କାମୁଡ଼ି ଖସିଯାଇଥିଲା।  

ଏହାପରେ ପରିବାର ଲୋକେ ମଧ୍ୟ ପହଞ୍ଚି ପୁଲିସକୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ପ୍ରଦୂଷର ମା’ ଛବିଲତା ବରାଳଙ୍କୁ ରାମଚନ୍ଦ୍ରପୁର ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ଏପର୍ଯ୍ୟନ୍ତ ଅଭିଯୁକ୍ତର କୌଣସି ପତ୍ତା ମିଳିନାହିଁ। 

Advertisment
Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe