Advertisment

ନିମ ଗଛରେ ଝୁଲୁଛି ସ୍ୱାମୀ, ତଳେ ପଡ଼ିଛି ସ୍ତ୍ରୀର ମୃତଦେହ

କ୍ଷୀରୋଦ ନିଜ ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରୁଥିଲେ। ଏଥିପାଇଁ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ବୋଲି ସୂଚନା ମିଳିଛି।

ଅଦ୍ୟତନ ହୋଇଛି
DeadBody

DeadBody

Advertisment

ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା କୁଦପାଲିଗାଁରେ ଦମ୍ପତ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ସ୍ୱାମୀ କ୍ଷୀରୋଦ ବରିହା ଓ ତାରିଣୀ ବରିହା।

Advertisment

ଆଜି ଗାଁ ମୁଣ୍ଡରେ ଥିବା ଏକ ନିମ୍ବ ଗଛରେ କ୍ଷୀରୋଦଙ୍କ ମୃତଦେହ ଝୁଲୁଥିବା ବେଳେ ତାରିଣୀଙ୍କ ମୃତଦେହ ତଳେ ପଡ଼ିଥିଲା। ଦମ୍ପତିଙ୍କ ମୃତଦେହ ନିକଟରେ ଏକ ବାଲଟି ପଡ଼ିଥିଲା। ଗ୍ରାମବାସୀ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ଦମ୍ପତି ଆତ୍ମହତ୍ୟା କରିଛନ୍ତି ନା ଉଭୟଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି ତାହା ଜଣାପଡ଼ି ନାହିଁ। ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ କରୁଛି।

କ୍ଷୀରୋଦ ନିଜ ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରୁଥିଲେ। ଏଥିପାଇଁ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ବୋଲି ସୂଚନା ମିଳିଛି। ହେଲେ ଦମ୍ପତିଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି। ପୁଲିସ  ଗ୍ରାମବାସୀଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି। 

Advertisment
Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe