house
ପରିତ୍ୟକ୍ତ ଘରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ଘଟଣାଟି ହେଉଛି ବାଲେଶ୍ୱର ଜିଲ୍ଲା ସହଦେହଖୁଣ୍ଟା ଥାନା ଅଞ୍ଚଳର। ମୃତଦେହଟି ପ୍ରାୟ ୮ରୁ୧୦ ଦିନ ହେବ ପଡ଼ିରହିଥିଲା ବୋଲି ଜଣାପଡ଼ିଛି। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଆଜି ସକାଳେ ସହଦେବଖୁଣ୍ଟା ସ୍ଥିତ ଲୋକନାଥ ମନ୍ଦିର ନିକଟରେ ଦୁର୍ଗନ୍ଧ ହୋଇଥିଲା। ସ୍ଥାନୀୟ ଜଣେ ଦୋକାନୀ ବହୁ ଖୋଜାଖୋଜି କରିବା ପରେ ପାଖରେ ଥିବା ଏକ ପରିତ୍ୟକ୍ତ ଘରୁ ମୃତଦେହଟିକୁ ଠାବ କରିଥିଲେ। ଦୋକାନୀ ଜଣଙ୍କ ଏନେଇ ସଙ୍ଗେସଙ୍ଗେ ସହଦେବଖୁଣ୍ଟା ଥାନକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବାଲେଶ୍ବର ମଖ୍ୟ ଚିକିତ୍ସାଳୟକୁ ପଠାଇଛି।
ମୃତଦେହ ଦେହଟି ଉଲଗ୍ନ ଅବସ୍ଥାରେ ପରିତ୍ୟକ୍ତ ଘରେ ପଡ଼ିଥିଲା। ପ୍ରାୟ ୮ ରୁ ୧୦ ଦିନ ହେବ ତାଙ୍କର ମୃତ୍ୟୁ ଘଟିଥିବା ପୁଲିସ ଅନୁମାନ କରୁଛି। ହେଲେ ମୃତକ କିଏ? ତାଙ୍କର ପରିଚୟ କ'ଣ? କିଭଳି ମୃତ୍ୟୁ ହୋଇଛି, ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us