Advertisment

ନାଳରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

କେହି ହତ୍ୟା କରି ଆଣି ଫୋପାଡ଼ି ଦେଇଥିବା ପୁଲିସ ସନ୍ଦେହ କରୁଛି।

author-image
Biswajit Samal
ଅଦ୍ୟତନ ହୋଇଛି
Murdre

Murdre

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଧୁବଲାବେଡ଼ା ଗ୍ରାମ ନିକଟରେ ଥିବା ଏକ ଶୁଖିଲା ନାଳରୁ ମିଳିଛି ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ ମିଳିଛି। ତାଙ୍କ ପରିଚୟ ମିଳି ନାହିଁ। ତାଙ୍କ ବେକ କଟାଯାଇଛି। ମୁହଁରେ ମଧ୍ୟ ଆଘାତ ଲାଗିଛି। କେହି ହତ୍ୟା କରି ଏଠାରେ ଆଣି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।ପୁଲିସ ଘଟଣାର ତଦନ୍ତ କରୁଛି। 

Advertisment

ଧୁବଲାବେଡ଼ା ଗ୍ରାମର କିଛି ଲୋକ ସକାଳେ ଉକ୍ତ ନାଳ ଦେଇ ଯିବା ବେଳେ ମହିଳାଙ୍କ ମୃତଦେହଟିଏ ପଡ଼ିଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ସେମାନେ କୋଇଡ଼ା ଥାନା ପୁଲିସକୁ ଖବର ଦେଇଥିଲେ।

ଖବର ପାଇ କୋଇଡ଼ା ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାରଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ। ପୁଲିସ ଘଟଣାସ୍ଥଳରେ ଆବଶ୍ୟକ ସମସ୍ତ ଯାଞ୍ଚ କରିବା ପରେ ଶବଟିକୁ ଜବତ କରିଥିଲା।  

Advertisment

ମହିଳାଙ୍କ ବେକ ଓ ମୁହଁକୁ ଧାରୁଆ ଅସ୍ତ୍ରରେ କଟା ଯାଇଥିବା ଜଣାପଡ଼ିଛି। ଏହି ମହିଳାଙ୍କୁ କେହି ହତ୍ୟା କରି ଏଠାରେ ଆଣି ଫୋପାଡ଼ି ଦେଇଥିବା ପୁଲିସ ସନ୍ଦେହ କରୁଛି।

Murder Girl