Advertisment

ଶ୍ୱଶୁର ମୃତ୍ୟୁ ପାଇଁ ବୋହୂକୁ ଦାୟୀ କରୁଥିଲେ,ଶେଷରେ କହିଲେ - ଝୁଲି ପଡ଼ିଛି

ମୋ’ ଭଉଣୀ ଆତ୍ମହତ୍ୟା କରିନି, ତାକୁ ତା’ ଶାଶୁ ଘର ଲୋକେ ମାରି ଦେଇଥିବା କହିଛନ୍ତି ମୃତା ମହିଳାଙ୍କ ଭାଇ।

author-image
Niharika Rout
Lady

Lady

‘ଶ୍ୱଶୁର ମୃତ୍ୟୁ ପାଇଁ ବୋହୂକୁ ଦାୟୀ କରି ଦେଉଥିଲେ ଅକଥନୀୟ ନିର୍ଯାତନା। ଏପରିକି ନିର୍ଯାତନା ଦେଇ ଶେଷରେ ତାକୁ ଜୀବନରୁ ମାରି ଏବେ ଆତ୍ମହତ୍ୟା ରୂପ ଦେଉଛନ୍ତି।’ ମୋ’ ଭଉଣୀ ଆତ୍ମହତ୍ୟା କରିନି, ତାକୁ ତା’ ଶାଶୁ ଘର ଲୋକେ ମାରି ଦେଇଥିବା କହିଛନ୍ତି ମୃତା ମହିଳାଙ୍କ ଭାଇ। ଏପରି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଳା ସାବରଙ୍ଗ ଥାନା ଅଧୀନ ଏରଡ଼ା ଗ୍ରାମରେ ଘଟିଛି। ମୃତା ମହିଳାଜଣକ ହେଲେ ବାଲେଶ୍ୱର ଜିଲ୍ଳା ସିମୁଳିଆ ଥାନା ସାନ ମଇତାପୁରର ଗେଡିମଣି ମହାନ୍ତିଙ୍କ ଝିଅ ସୁପ୍ରିୟା ।

Advertisment

୧୦ ବର୍ଷ ତଳେ ଭଦ୍ରକ ଜିଲ୍ଳା ଏରଡ଼ା ଗ୍ରାମର ମଳୟ ପାତ୍ରଙ୍କ ସହ ସୁପ୍ରିୟାଙ୍କର ବୈଦିକ ରୀତିନୀତିରେ ବିବାହ ହୋଇଥିଲା। ବିବାହ ପରେ ସବୁ ଠିକ୍‌ ଚାଲିଥିଲା। ମାତ୍ର ଗତ ୨୫ ତାରିଖରେ ସୁପ୍ରିୟାଙ୍କ ଜୀବନରେ ଘୋଟି ଆସିଲା କଳା ବାଦଲ ।

ଉକ୍ତ ଦିନ ସୁପ୍ରିୟଙ୍କ ଶ୍ୱଶୁର ନିଜ ରୁମ୍‌ରେ ସିରାଗେଟ ଟାଣୁଥିବା ବେଳେ ସେଥିରୁ ନିଆଁ ତାଙ୍କ ଲୁଙ୍ଗିରେ ପଡ଼ି ଯାଇଥିଲା। ଫଳରେ ତାଙ୍କ ଶରୀରର ବହୁ ଅଂଶ ଜଳି ଯାଇଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି କରିଥିଲେ। ସେଠାରେ ୮ ଦିନ କାଳ ଚିକିତ୍ସିତ ହେବା ପରେ ଗତ ୨ ତାରିଖରେ ସେ ଆଖି ବୁଜିଥିଲେ।

Advertisment

ଶ୍ୱଶୁରଙ୍କ ମୃତ୍ୟୁ ପଛରେ ବୋହୁ ସୁପ୍ରିୟାର ହାତ ଥିବା ଅଭିଯୋଗ କରି ପରିବାର ଲୋକେ ସୁପ୍ରିୟାଙ୍କୁ ଅକଥନୀୟ ନିର୍ଯାତନା ଦେବା ଆରମ୍ଭ କଲେ। ସୁପ୍ରିୟାଙ୍କ ମଝିଆ ଶ୍ୱଶୁର, ସାନ ଶ୍ୱଶୁର, ଶାଶୁ, ନଣନ୍ଦ ମିଶି ତାଙ୍କୁ ମାଡ଼ ମାରିବା ସହ ଖାଇବାକୁ ଦେଉ ନ ଥିବା ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ଏପରିକି ବାପ ଘରକୁ ଚାଲିଯିବାରୁ ସୁପ୍ରିୟା କହିଥିବା ବେଳେ ଶ୍ୱଶୁର ଘର ଲୋକେ ଛାଡ଼ି ନ ଥିବା ସେମାନେ କହିଛନ୍ତି `

 ଏହାପରେ ଗତକାଲି ଭୋରୁ ସୁପ୍ରିୟାଙ୍କ ବାପ ଘରକୁ ଫୋନ୍‌ କରି ଝିଅ ଆତ୍ମହତ୍ୟା କରିଥିବା କହିଥିଲେ। ଏହି ଖବର ପାଇ ସୁପ୍ରିୟାଙ୍କ ପରିବାର ଲୋକେ ଥାନାରେ ଏକ ମାମଲା ଦାୟର କରିବା ସହ ଆମ ଝିଅକୁ ତାଙ୍କ ଶଶୁର ଘର ଲୋକେ ନିର୍ଯାତନା ଦେଇ ମାରିଦେଇଥିବା ଅଭିଯୋଗ କରିଛନ୍ତି। ତେଣୁ ସମସ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳୁ ବୋଲି ବି ସେମାନେ ଦାବୀ କରିଛନ୍ତି।

ଏନେଇ ସୁପ୍ରିୟାଙ୍କ ଭାଇ କହିଛନ୍ତି, ଭଉଣୀର ଶ୍ୱଶୁରଙ୍କ ମୃତ୍ୟୁ ପରେ ସେମାନେ ମୋ’ ଭଉଣୀଙ୍କୁ ନିର୍ଯାତନା ଆରମ୍ଭ କଲେ। ଏପରିକି ତୁ ହିଁ ଶ୍ୱଶୁରକୁ ମାରି ଦେଇଛୁ ବୋଲି କହି ନିର୍ଯାତନା ଦେଇଥିଲେ। ଗୁରୁବାର ଭୋର ୪ଟାରେ ଝିଅ ଆତ୍ମହତ୍ୟା କରିଥିବା ଫୋନ୍‌ କରିଥିଲେ। କିନ୍ତୁ ସେଠାରେ ପହଞ୍ଚିଲା ବେଳକୁ ଝିଅକୁ ତଳେ ଶୁଆଇ ଦେଇଥିଲେ। ତେଣୁ ଆତ୍ମହତ୍ୟା କରିଥିବା ଆମର ବିଶ୍ୱାସ ହେଉନି। ଏନେଇ ଥାନାରେ ଅଭିଯୋଗ କରିଛୁ। ପୁଲିସ୍‌ କିନ୍ତୁ କାହାକୁ ଗିରଫ କରି ନ ଥିବା ସେ କହିଛନ୍ତି।

ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳି ପାରି ନ ଥିବା ବେଳେ ପୁଲିସ୍ ଉଭୟ ସୁପ୍ରିୟା ଓ ତାଙ୍କ ଶ୍ୱଶୁରଙ୍କ ମୃତ୍ୟୁର ତଦନ୍ତ କରୁଥିବା ଜଣାଯାଇଛି।

Suicide Bhadrak