Advertisment

ରାଇସ ମିଲରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

ମିଲ୍‌ ଭିତରେ ଏକ ଗଛ ମୂଳରେ ଟ୍ରକ ଚାଳକଙ୍କର ମୃତଦେହ ପଡ଼ିଥିବା ମିଲ୍‌ର କର୍ମଚାରୀ ମାନେ ଦେଖିବାକୁ ପାଇଥିଲେ

ଅଦ୍ୟତନ ହୋଇଛି
DeadBody

DeadBody

Advertisment

ରାଇସ ମିଲରେ ଜଣେ ଟ୍ରକ ଚାଳକଙ୍କ ସନ୍ଦେହଜନକ ମୃତ୍ୟୁ। ମୃତକ ଜଣକ ହେଉଛନ୍ତି ଉସତ୍ ମଟାରି (୬୫)। ତାଙ୍କ ଘର ହେଉଛି ବଲାଙ୍ଗିର ଜିଲ୍ଲାର କଅଗାଁ ରେ। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ଆଜି ସକାଳେ ଟ୍ରକ୍ ନେଇ ମିଲ ଭିତରକୁ କୁଣ୍ଡା ଲୋଡ କରିବା ପାଇଁ ଯାଇଥିଲେ। ହେଲେ ସେ ଆଉ ମିଲ୍‌ ଭିତରୁ ବାହାରି ନଥିଲେ। ଅନେକ ସମୟ ପରେ ମିଲର ଅନ୍ୟ କର୍ମଚାରୀ ମାନେ ମିଲ୍‌କୁ ଯାଇଥିଲେ। ମିଲ୍‌ ଭିତରେ ଏକ ଗଛ ମୂଳରେ ଟ୍ରକ ଚାଳକଙ୍କର ମୃତଦେହ ପଡ଼ିଥିବା ମିଲ୍‌ର କର୍ମଚାରୀ ମାନେ ଦେଖିବାକୁ ପାଇଥିଲେ। ମୃତଦେହ ପଡ଼ିଥିବାର ମିଲର କର୍ମଚାରୀ ମାନେ ଦେଖି କେସିଙ୍ଗା ପୁଲିସକୁ ଖବର ଦେଇଥିଲେ। ଖବର ପାଇଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି। ମୃତ୍ୟୁର କାରଣ ଜଣା ପଡ଼ିନାହିଁ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe