ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ କାର୍ଯ୍ୟରତ ମହିଳା ସହକାରୀ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ମହିଳା ସହକାରୀ ଜିଲ୍ଲାପାଳ ଜଣଙ୍କ ହେଲେ ସୁସ୍ମିତା ମିଂଜ। ସୁସ୍ମିତାଙ୍କ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
ମଙ୍ଗଳବାର ସନ୍ଧ୍ୟାରେ ଟ୍ରାଫିକ ଗେଟ୍ ନିକଟରେ ଥିବା ସେଞ୍ଚୁରି ପାର୍କରେ ସୁସ୍ମିତାଙ୍କ ମୃତଦେହ ମିଳିଥିଲା। ସଂପୃକ୍ତ ମହିଳା ଅଧିକାରୀ ଜଣକ ଗତ କିଛି ଦିନ ହେଲା କାମରେ ବହୁତ୍ ଟେନସନରେ ରହୁଥିବା ପରିବାର ଲୋକଙ୍କୁ କହିଥିଲେ।
ଅନ୍ୟପକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଫିସ କାମ ପାଇଁ ଚାପ ଦେଉଥିବା ଅଭିଯୋଗ କରିଛନ୍ତି ମୃତ ଅଫିସରଙ୍କ ମାଆ। ସେ କହିଛନ୍ତି, ଶନିବାର ଝିଅ ଡ୍ୟୁଟିକୁ ଆସିଥିଲା। ହେଲେ ସେ ଆଉ ଘରକୁ ଫେରି ନଥିଲା। ସେ ଘରକୁ ନ ଫେରିବାରୁ ଆମେ ଥାନାରେ ଅଭିଯୋଗ କରିଥିଲୁ। ଅଫିସରେ ତାକୁ ମାନସିକ ଚାପ ଦିଆଯାଉଥିଲା। ଆମ ଝିଅକୁ ନ୍ୟାୟ ଦରକାର।
ସହକାରୀ ଜିଲ୍ଲାପାଳଙ୍କ ମା’ଙ୍କ ଅଭିଯୋଗକୁ ନେଇ ଅତିରିକ୍ତ ଜିଲ୍ଲାପାଳ ଅଫିସ କିମ୍ବା ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।