Advertisment

ମହିଳା ସହକାରୀ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ

ମଙ୍ଗଳବାର ସନ୍ଧ୍ୟାରେ ଟ୍ରାଫିକ ଗେଟ ନିକଟରେ ଥିବା ସେଞ୍ଚୁରି ପାର୍କରେ ସୁସ୍ମିତାଙ୍କ ମୃତଦେହ ମିଳିଥିଲା।

ଅଦ୍ୟତନ ହୋଇଛି
deadbody

deadbody

Advertisment

ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ କାର୍ଯ୍ୟରତ ମହିଳା ସହକାରୀ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ମହିଳା ସହକାରୀ ଜିଲ୍ଲାପାଳ ଜଣଙ୍କ ହେଲେ ସୁସ୍ମିତା ମିଂଜ। ସୁସ୍ମିତାଙ୍କ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment

ମଙ୍ଗଳବାର ସନ୍ଧ୍ୟାରେ ଟ୍ରାଫିକ ଗେଟ୍ ନିକଟରେ ଥିବା ସେଞ୍ଚୁରି ପାର୍କରେ ସୁସ୍ମିତାଙ୍କ ମୃତଦେହ ମିଳିଥିଲା। ସଂପୃକ୍ତ ମହିଳା ଅଧିକାରୀ ଜଣକ ଗତ କିଛି ଦିନ ହେଲା କାମରେ ବହୁତ୍ ଟେନସନରେ ରହୁଥିବା ପରିବାର ଲୋକଙ୍କୁ କହିଥିଲେ।

ଅନ୍ୟପକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଫିସ କାମ ପାଇଁ ଚାପ ଦେଉଥିବା ଅଭିଯୋଗ କରିଛନ୍ତି ମୃତ ଅଫିସରଙ୍କ ମାଆ। ସେ କହିଛନ୍ତି, ଶନିବାର ଝିଅ ଡ୍ୟୁଟିକୁ ଆସିଥିଲା। ହେଲେ ସେ ଆଉ ଘରକୁ ଫେରି ନଥିଲା। ସେ ଘରକୁ ନ ଫେରିବାରୁ ଆମେ ଥାନାରେ ଅଭିଯୋଗ କରିଥିଲୁ। ଅଫିସରେ ତାକୁ ମାନସିକ ଚାପ ଦିଆଯାଉଥିଲା। ଆମ ଝିଅକୁ ନ୍ୟାୟ ଦରକାର।

Advertisment

 ସହକାରୀ ଜିଲ୍ଲାପାଳଙ୍କ ମା’ଙ୍କ ଅଭିଯୋଗକୁ ନେଇ ଅତିରିକ୍ତ ଜିଲ୍ଲାପାଳ ଅଫିସ କିମ୍ବା ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Murder Rourkela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe