Advertisment

ଜାହାଜରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ଜାହାଜର କର୍ମଚାରୀ ହ୍ୟାଚ୍‌ର ଭିତରକୁ ଯିବାବେଳେ ଜଣେ ଶ୍ରମିକଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ

ଅଦ୍ୟତନ ହୋଇଛି
Ship

Ship

Advertisment

ବିଦେଶୀ ଜାହାଜରେ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି। ପାରାଦୀପ ପୋର୍ଟ SQ ବର୍ଥରେ ଲାଗିଛି ଜାହାଜ। ମୃତକଙ୍କ ନାଁ ହେଉଛି ବିଭୁତି ବାରିକ୍‌। ତାଙ୍କ ଘର ହେଉଛି ବଡ଼ମ୍ବା ଅଞ୍ଚଳରେ।

Advertisment

ପାରାଦୀପ ପୋର୍ଟରେ ଏକ ବିଦେଶୀ ଜାହାଜ ଲାଗିଛି। ସେଇ ଜାହାଜରେ ବିଭୁତି ବାରିକ୍‌ କୋକ୍ଲିନ୍‌ ଡ୍ରାଇଭର ଭାବେ କାମକରନ୍ତି। ସୋମବାର (ଗତକାଲି) ରାତିରେ ସେ ହ୍ୟାଚ୍‌ରେ ପଶି କାମ କରୁଥିଲେ। କାମ ସରିବା ପରେ ବିଭୁତି ବାହାରକୁ ବାହାରିବା ପୂର୍ବରୁ କିଏ ଜଣେ ହ୍ୟାଚ୍‌ର କଭର ପକାଇ ଦେଇଥିଲେ। ହ୍ୟାଚ୍‌ ଭିତରେ ଫଶିରହିଥିଲେ ବିଭୁତି। ଦିର୍ଘ ଘଣ୍ଟା ଫଶିରହିବା ପରେ ଅମ୍ଳଜାନ ନପାଇ ତାଙ୍କର ମୃତ୍ୟୁ ହୋଇଥିବା ସାଥି ଶ୍ରମିକ ମାନେ ଅନୁମାନ କରୁଛନ୍ତି।

ତେବେ ଆଜି ସକାଳୁ ଜାହାଜର କର୍ମଚାରୀ ହ୍ୟାଚ୍‌ର ଭିତରକୁ ଯିବାବେଳେ ଜଣେ ଶ୍ରମିକଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ ଜାହାଜ କର୍ମଚାରୀ ତେବେ ପୁଲିସ୍‌ ଜାହାଜରେ ପହଞ୍ଚି ସେଇ ମୃତଦେହକୁ ଉଦ୍ଧାର କରିବା ପରେ ତାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ବ୍ୟକ୍ତିଙ୍କର ମୃତ୍ୟୁର ପ୍ରକୃତ କାରଣ କ’ଣ ଜଣାପଡ଼ି ନଥିବା ବେଳେ ପୁଲିସ ତଦନ୍ତ କରୁଛି।

Advertisment
Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe