Advertisment

ଓକିଲଙ୍କ ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୁଲିସ

ଆଜି ସକାଳେ ରେଳ ଧାରଣାରେ ଜଣେ ଯୁବକଙ୍କର ଖଣ୍ଡ ବିଖଣ୍ଡିତ ଶରୀର ପଡ଼ି ଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ତୁରନ୍ତ ସ୍ଥାନୀୟ ପୁଲିସ ଓ କଟକ GRPF ଥାନାକୁ ଜଣାଇଥିଲେ।

ଅଦ୍ୟତନ ହୋଇଛି
Police

Police

Advertisment

ରେଳ ଧାରଣାରୁ ଜଣେ ବ୍ୟକ୍ତିଙ୍କର ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର ହୋଇଛି। ଘଟଣାଟି ଘଟିଛି କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ଶଙ୍କରପୁର ରେଳ ଧାରଣାରେ। ମୃତ ଯୁବକ ଜଣକ ହେଲେ ସୌମ୍ୟ ପ୍ରକାଶ ମହାପାତ୍ର। ତାଙ୍କଘର ମାନସିଂହ ପାଟଣା ଗାଁରେ ହୋଇଥିବା ବେଳେ ସେ ପେସାରେ ଜଣେ ଓକିଲ।

Advertisment

ଆଜି ସକାଳେ ରେଳ ଧାରଣାରେ ଜଣେ ବ୍ୟକ୍ତିଙ୍କର ଖଣ୍ଡ ବିଖଣ୍ଡିତ ଶରୀର ପଡ଼ି ଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ତୁରନ୍ତ ସ୍ଥାନୀୟ ପୁଲିସ ଓ କଟକ GRPF ଥାନାକୁ ଜଣାଇଥିଲେ। GRPF ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକର ମୃତଦେହକୁ ଉଦ୍ଧାର କରିଥିଲେ। ମୃତଦେହ ପାଖରେ ପଡ଼ିଥିବା ଦୁଇଟି ମୋବାଇଲ, ମନିପର୍ସ ଓ ପରିଚୟ ପତ୍ରରୁ ବ୍ୟକ୍ତିଙ୍କର ପରିଚୟ ଜଣାପଡ଼ିଥିଲା।

ତେବେ ସେ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କିଏ ହତ୍ୟାକରିଛି ତାହା ଜଣାପଡ଼ି ନାହିଁ। ଚୌଦ୍ଵାର ପୁଲିସ ଘଟଣାର ତଦନ୍ତ କରୁଛି। ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ କ’ଣ ଜଣାପଡ଼ିବ।

Advertisment
Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe