ବୌଦ୍ଧ ଜିଲ୍ଲା ଗିରିସିଙ୍ଗା ସାଲୁଙ୍କି ନଦୀ ପଠାରେ ଥିବା ଏକ ଗଛରୁ ଜଣେ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ନାବାଳକ ଜଣଙ୍କ ହେଲେ ଗୀରାସୀଙ୍ଗା ଗାଁର ଦିନେଶ ପାତ୍ର। କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ମୃତଦେହକୁ ଗଛରେ ଝୁଲାଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଆଜି ସକାଳେ ଗୀରାସୀଙ୍ଗା ଗାଁର କିଛି ଲୋକ ସାଳୁଙ୍କି ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ନଦୀ ପଠାରେ ଥିବା ଏକ ଗଛରେ ଦିନେଶଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏନେଇ \ ଆଦର୍ଶ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Also Read
ଦିନେଶ ବାପାମା’ଙ୍କ ଦେହାନ୍ତ ହେବା ପରେ ଗୀରାସୀଙ୍ଗା ଗାଁରେ ଥିବା ସମ୍ପର୍କୀୟଙ୍କ ଘରେ ରହୁଥିଲେ। ପ୍ରେମ ଜନିତ କାରଣରୁ ଦିନେଶଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଦିନେଶଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ଜଣାପଡ଼ିନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଯୌନ ନିର୍ଯାତନା ଅଭିଯୋଗରେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀ ଗିରଫ
କୋଲକାତାରେ ନିଜ ସଙ୍ଗୀତ ଶିକ୍ଷାକେନ୍ଦ୍ରର ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଗିରଫ ଭୟରେ ମୁମ୍ବାଇରେ ଲୁଚିଥିଲେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀ। ସାଙ୍ଗ ଘରୁ ବାନ୍ଧିଲା କୋଲକାତା ପୁଲିସ।
Crime
ରାଜଧାନୀରେ ଉତ୍ପାତ କରୁଛନ୍ତି ଚେନ୍ ଲୁଟେରା
ଦୁର୍ବୃତ୍ତ ସିନା ସୁନା ଚେନ୍ ନେଇ ପାରିଲେନାହିଁ, କିନ୍ତୁ ବିଷ୍ଣୁ ପାତ୍ର ବାଇକ୍ରୁ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡ ମାଟିରେ ମାଡ଼ ହୋଇଯାଇଥିଲା। ସେ ରକ୍ତାକ୍ତ ହୋଇ ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା।
Crime
ସପ୍ତମ ପାସ୍ରେ ଆୟୁର୍ବେଦିକ ଡାକ୍ତର, କରୁଥିଲେ ପାଇଲ୍ସ ଅପରେସନ
କେହି ଜଣେ ବି ଉତ୍ପଲଙ୍କ ନାଁରେ ଅଭିଯୋଗ କରିବା ପରେ ଆଜି ପୁଲିସ ପକ୍ଷରୁ ତାଙ୍କ କ୍ଲିନିକ୍ ଉପରେ ଚଢ଼ାଉ କରାଯାଇଥିଲା।
Crime
ଭିଜିଲାନ୍ସ ଜାଲରେ ଭାଗବତ, କାମ କରିଦେବାକୁ ଲାଞ୍ଚ ମାଗି ଫସିଗଲେ
ଅଭିଯୋଗ ପାଇବା ପରେ ଯୋଜନାବଦ୍ଧ ଭାବେ ଭାଗବତଙ୍କୁ ଧରିଲା ଭିଜିଲାନ୍ସ।
Crime
ମଦ ପିଇବା ପାଇଁ ଟଙ୍କା ନଦେବାରୁ ସ୍ତ୍ରୀଙ୍କୁ ହାଣିଦେଲା ସ୍ୱାମୀ
କୌଶଲ୍ୟା ଟଙ୍କା ଦେବାକୁ ମନା କରିଥିଲେ। ଯେଉଁଥିପାଇଁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲେ। ଧୀରେ ଧୀରେ ଏହି ପାଟିତୁଣ୍ଡ ଉଗ୍ର ରୂପଧାରଣ କରିଥିଲା। ରାଗରେ ଉତ୍କ୍ଷିପ୍ତ ହୋଇ ହାତରେ ଧରିଥିବା କୁରାଢୀରେ କୌଶଲ୍ୟାଙ୍କୁ ଆକ୍ରମଣ କରିଥିଲେ ପଦନ।