Advertisment

ନାବାଳକଙ୍କୁ ହତ୍ୟା କରି ଟାଙ୍ଗି ଦେଲେ!

ଦିନେଶ ବାପାମା’ଙ୍କ ଦେହାନ୍ତ ହେବା ପରେ ଗୀରାସୀଙ୍ଗା ଗାଁରେ ଥିବା ସମ୍ପର୍କୀୟଙ୍କ ଘରେ ରହୁଥିଲେ।

Death Boy

Death Boy

Advertisment

ବୌଦ୍ଧ ଜିଲ୍ଲା ଗିରିସିଙ୍ଗା ସାଲୁଙ୍କି ନଦୀ ପଠାରେ ଥିବା ଏକ ଗଛରୁ ଜଣେ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ନାବାଳକ ଜଣଙ୍କ ହେଲେ ଗୀରାସୀଙ୍ଗା ଗାଁର ଦିନେଶ ପାତ୍ର। କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ମୃତଦେହକୁ ଗଛରେ ଝୁଲାଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। 

Advertisment

ସୂଚନା ଅନୁଯାୟୀ, ଆଜି ସକାଳେ ଗୀରାସୀଙ୍ଗା ଗାଁର କିଛି ଲୋକ ସାଳୁଙ୍କି ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ନଦୀ ପଠାରେ ଥିବା ଏକ ଗଛରେ ଦିନେଶଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏନେଇ \ ଆଦର୍ଶ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଦିନେଶ ବାପାମା’ଙ୍କ ଦେହାନ୍ତ ହେବା ପରେ ଗୀରାସୀଙ୍ଗା ଗାଁରେ ଥିବା ସମ୍ପର୍କୀୟଙ୍କ ଘରେ ରହୁଥିଲେ। ପ୍ରେମ ଜନିତ କାରଣରୁ  ଦିନେଶଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଦିନେଶଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ଜଣାପଡ଼ିନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି। 

Advertisment
Murder Boudh Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe