Advertisment

ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ସୋମନାଥଙ୍କୁ ହତ୍ୟା କରାଯାଇଥିବା ନେଇ ପାରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Police Station

Police Station

Advertisment

ଜଙ୍ଗଲରୁ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର। ମୃତକ ଜଣଙ୍କ ହେଉଛନ୍ତି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବଡ଼ସହରା ପଞ୍ଚାୟତ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ସୋମନାଥ ପଟ୍ଟନାୟକ।

Advertisment

ସୋମନାଥ ୬ ଦିନ ଧରି ନିଖୋଜ ଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ ସୋମନାଥ ବୁଧବାର ସକାଳେ ଖଣ୍ଡପଡ଼ାର ଇନ୍ଧନ ଗ୍ୟାସ କାର୍ଯ୍ୟାଳୟକୁ ଗ୍ୟାସ ଆଣିବାକୁ ସାଇକେଲ ଯୋଗେ ଯାଇଥିଲେ। ଘରୁ ବାହାରିବାର ପ୍ରାୟ କିଛି ଘଣ୍ଟା ପରେ ଘରକୁ ଫୋନ୍ କରି ଜଣାଇଥିଲେ ଯେ କେହି ଜଣେ ଦୁର୍ବୃତ୍ତ ସାଇକେଲ ସହିତ ବ୍ୟାଗ ଚୋରି କରି ନେଇ ଯାଇଛି। ଏହା ପରେ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ହୋଇଯାଇଥିଲା।

ଏହି କଥା ଶୁଣି ପରିବାର ଲୋକଙ୍କ ସହିତ ଗ୍ରାମବାସୀମାନେ ସୋମନାଥଙ୍କୁ ଚାରିଆଡ଼େ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ଏନେଇ ସୋମନାଥଙ୍କ ସ୍ତ୍ରୀ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Advertisment

ତେବେ ଆଜି ସକାଳେ ବୃଦ୍ଧଙ୍କର ମୃତଦେହ ବନମାଳୀପୁର ଜଙ୍ଗଲରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ସୋମନାଥଙ୍କୁ ହତ୍ୟା କରାଯାଇଥିବା ନେଇ ପାରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe