Victim
ଶିକ୍ଷକ ନାଁରେ ପୁଣି ଥରେ ଲାଗିଛି କଳଙ୍କ । ଶିକ୍ଷକଜଣକ ନିଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର ଓ ହତ୍ୟା କରିଥିବା ଅଭିଯୋଗ ହେବା ପରେ ଜଳୁଛି ଗାଁ । ପୁଲିସ୍ ସମ୍ପୃକ୍ତ ଶିକ୍ଷକଙ୍କୁ ବାନ୍ଧି ସାରିଥିବା ବେଳେ ନିଜ ଦାବି ପୂରଣ ଜିଦ୍ରେ ଅଡ଼ି ବସିଥିଲେ ଗ୍ରାମବାସୀ । ପ୍ରାୟ ୭ ଘଣ୍ଟାର ଆଲୋଚନା ପରେ ଆପୋଷ ସହମତି ହେବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାଯାଇଛି। ଏପରି ଏକ ଘଟଣା ରାଜସ୍ଥାନର ସବାଇ ମାଧୋପୁରରେ ଘଟିଛି। ମୃତା ଛାତ୍ରୀଙ୍କ ବୟସ ୧୬ ବର୍ଷ ହୋଇଥିବା ବେଳେ ସେ ମାଧୋପୁର ଅଞ୍ଚଳର ଏକ ସରକାରୀ ବିଦ୍ୟାଳୟରେ ପଢ଼ୁଥିଲେ।
ପୁଲିସ୍ ସୂଚନା ଅନୁଯାୟୀ, ନାବାଳିକାଜଣକ ଗତ ୮ ତାରିଖରୁ ନିଖୋଜ ଥିଲେ। ଏନେଇ ପରିବାର ଲୋକେ ତାଙ୍କ ଶିକ୍ଷକ ରାମରତନ ମିଣା(୩୩)ଙ୍କ ନାଁରେ ଅପହରଣ ଅଭିଯୋଗ ଆଣିଥିଲେ। ଏହାପରେ ପୁଲିସ୍ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଗୁରୁବାର ସକାଳେ ଘରଠୁ କିଛି ଦୂରରେ ଥିବା ଏକ କୂଅରୁ ମୃତଦେହ ଜବତ କରିଥିଲେ।
ଏହାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉଭୟ ଶିକ୍ଷକ ଓ ଛାତ୍ରୀଙ୍କ ମଧ୍ୟରେ ଦୀର୍ଘ ଦିନ ହେଲାଣି ଫୋନରେ ବାର୍ତ୍ତାଳାପ ଚାଲିଥିବା ବେଳେ ସେ ତାଙ୍କୁ ଅପହରଣ ପରେ ବଳାତ୍କାର କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏହାପରେ ଗ୍ରାମବାସୀ ମୃତକଙ୍କ ପରିବାରକୁ ଏକ କୋଟି ସହାୟତା, ପରିବାରର ଜଣକୁ ସରକାରୀ ଚାକିରି, ଅଭିଯୁକ୍ତଙ୍କୁ ଫାଶୀ ଆଦି ଦାବିରେ ଅଡ଼ି ବସିଥିଲେ। ଘଟଣାସ୍ଥଳରେ ଉଚ୍ଚ ପଦାଧିକାରୀ ପହଞ୍ଚିବା ପରେ ପ୍ରାୟ ୭, ୮ ଘଣ୍ଟା ଆଲୋଚନା ହୋଇଥିଲା। ଏହାପରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ସମାଧାନ ହେବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us