Advertisment

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଦୁର୍ଗନ୍ଧକୁ ଠାବ କରିବା ପାଇଁ ଖୋଜାଖୋଜି ଆରମ୍ଭ କରିଥିଲେ ଗାଁ ଲୋକ। ଖୋଜିବା ସମୟରେ କେନାଲ ହୁଡ଼ାରେ ଜଣେ ଯୁବକଙ୍କର ମୃତଦେହ ପଡ଼ିଥିବା ଦେଖିଥିଲେ।

ଅଦ୍ୟତନ ହୋଇଛି
Deadbody

Deadbody

Advertisment

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାଟି ହେଉଛି ଗଞ୍ଜାମଜିଲ୍ଲା ବ୍ରହ୍ମପୁର ସହର ରତ୍ନପୁରୁ ଗାଁ ନିକଟସ୍ଥ ଲକ୍ଷ୍ମିନୃସିଂହ ମନ୍ଦିର ନିକଟରେ ଥିବା ବିଲରୁ। କେହି ଜଣେ ହତ୍ୟା କରି ଫିଙ୍ଗିଥିବା ସନ୍ଧେହ କରୁଛି ପୁଲିସ। ପୁଲିସ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

ଆଜି ସକାଳେ ରତ୍ନପୁରୁ ଗାଁର କିଛି ଲୋକ ବିଲକୁ ଯାଉଥିଲେ। ସେଇ ସମୟରେ ରାସ୍ତାରେ ଦୁର୍ଗନ୍ଧ ହୋଇଥିଲା। ଦୁର୍ଗନ୍ଧକୁ ଠାବ କରିବା ପାଇଁ ଖୋଜାଖୋଜି ଆରମ୍ଭ କରିଥିଲେ ଗାଁ ଲୋକ। ଖୋଜିବା ସମୟରେ ବିଲରେ ଜଣେ ଯୁବକଙ୍କର ମୃତଦେହ ପଡ଼ିଥିବା ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ ଗାଁ ଲୋକ।

ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇଛି। ଅନ୍ୟପଟେ ସାଇଣ୍ଟିଫିକ ଟିମ୍‌ ରତ୍ନପୁରୁ ଗାଁରେ ପହଞ୍ଚି ତଦନ୍ତକରୁଛି। ହେଲେ ମୃତ ଯୁବକଙ୍କର ପରିଚୟ ଜଣାପଡ଼ି ନାହିଁ।

Advertisment
Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe