Advertisment

ମେଡ଼ିକାଲ ପଛପଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଆଜି ସକାଳୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପଟରୁ କରନ ରାଉତଙ୍କ ମୃତଦେହ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ।

author-image
Biswajit Samal
ଯୁବକଙ୍କ ମୃତଦେହ ଉଦ୍ଧାର

ଯୁବକଙ୍କ ମୃତଦେହ ଉଦ୍ଧାର

ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ଲଖନା ଗାଁର କରନ ରାଉତ ବୟସ ୩୨। ଏବେ ମୃତଦେହକୁ ପୁଲିସ ଜବତ କରି ତଦନ୍ତ ଆରମ୍ଭ କରିଛି।

Advertisment

ଦୁଇ ଦିନ ତଳେ କରନଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସୋମବାର ହସ୍ପିଟାଲରେ କରନଙ୍କ ପାଖରେ କେହି ନଥିଲେ। ହେଲେ ଆଜି ସକାଳୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପଟରୁ କରନ ରାଉତଙ୍କ ମୃତଦେହ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ।

ଏନେଇ ନୂଆପଡ଼ା ପୁଲିସକୁ ଖବର ଦେଇଥିଲେ ସ୍ଥାନିୟ ଲୋକେ। ନୂଆପଡ଼ା ଥାନା ଏସଆଇ ଚରଣ ମାଝିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ। ଏବେ ଯୁବକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Advertisment
Deadbody Nuapada