Advertisment

ଧାନବିଲରୁ ଯୁବକଙ୍କର ମୃତଦେହ ଉଦ୍ଧାର

ଧାନବିଲ ନିକଟରୁ ଯୁବକଙ୍କର ମୃତଦେହ ଉଦ୍ଧାର। ମୃତଦେହ ମିଳିବା ପରେ ଗାଁରେ ଲୋକମାନେ ଆତଙ୍କିତ ଅଛନ୍ତି।

Mayurbhanj

Mayurbhanj

Advertisment

ଧାନବିଲ ନିକଟରୁ ଯୁବକଙ୍କର ମୃତଦେହ ଉଦ୍ଧାର। ମୃତଦେହ ମିଳିବା ପରେ ଗାଁରେ ଲୋକମାନେ ଆତଙ୍କିତ ଅଛନ୍ତି। ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଘାଟିତଳ ପୋଖରୀ ନିକଟରେ। ମୃତ ଯୁବକ ଜଣଙ୍କ ହେଉଛନ୍ତି ବାଘିଆବେଡ଼ା ଗ୍ରାମର ଗିରିଶ ନାଏକ।

Advertisment

ରବିବାର ରାତିରୁ ଗିରିଶ ଘରକୁ ଫେରିନଥିଲେ। ଆଜି ସକାଳୁ ଗାଁର ରାସ୍ତା କଡ଼ ଧାନବିଲ ନିକଟରେ ମୃତଦେହ ପଡ଼ିଥିବା ଗ୍ରାମବାସୀ ମାନେ ଦେଖିଥିଲେ। ଗିରିଶଙ୍କ ମୁଣ୍ଡରେ କ୍ଷତ ଥିବାବେଳେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ତେବେ ଖବର ପାଇଁ ବାଙ୍ଗିରପୋଷି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ୍ ପାଇଁ ପଠାଇଛି। ଏହା ହତ୍ୟା ନା ଦୁର୍ଘଟଣା ତାର କାରଣ ଅସ୍ପଷ୍ଟ ରହିଛି। ମୃତ ଦେହ ଏବଂ ଆଖ ପାଖର ପରିସ୍ଥିତିକୁ ଦେଖି ଗ୍ରାମବାସୀ ମାନେ ଜଙ୍ଗଲି ଜନ୍ତୁ ମାରିଥିବା ଅନୁମାନ କରୁଛନ୍ତି। ତେବେ ପ୍ରକୃତରେ କ’ଣ ହୋଇଛି ପୁଲିସର ତଦନ୍ତ ପରେ ଜଣା ପଡ଼ିବ।

Advertisment

ରିପୋର୍ଟ – ବାରିପଦାରୁ ମାନିକ୍ ଲାଲ

Dead Body Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe