Advertisment

ଗାଁ ମୁଣ୍ଡରୁ VLWଙ୍କ ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୁଲିସ

ଗଦାଧର ଆଗ୍ରାହାଟ ପଞ୍ଚାୟତରେ ଗତ ୨ବର୍ଷ ହେବ VLW ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ସକାଳୁ ସେ ଅଫିସ୍ ଯାଇନଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁବି ଫେରି ନଥିଲେ।

VLW

VLW

Advertisment

କଟକଜିଲ୍ଲା ଚୌଦ୍ଵାର ବ୍ଲକ ଆଗ୍ରାହାଟ ପଞ୍ଚାୟତରୁ VLWଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ନରସିଂହପୁର ଅଞ୍ଚଳର ଗଦାଧର ଗୁରୁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି।

Advertisment

ଗଦାଧର ଆଗ୍ରାହାଟ ପଞ୍ଚାୟତରେ ଗତ ୨ବର୍ଷ ହେବ VLW ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ସକାଳୁ ସେ ଅଫିସ୍ ଯାଇନଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁବି ଫେରି ନଥିଲେ। ଏନେଇ ପରିବାର ଲୋକେ ଚୌଦ୍ଵାର ଥାନାରେ ଜଣାଇଥିଲେ। ଚୌଦ୍ଵାର ଥାନା ପୁଲିସ ତଦନ୍ତ କରିବା ବେଳେ ସଙ୍କରପୁର ପଞ୍ଚାୟତର ଗାଁ ମୁଣ୍ଡରେ ଗଦାଧର ପଡ଼ିଛନ୍ତି ଜାଣିବାକୁ ପାଇଥିଲେ। ପୁଲିସ ସଙ୍ଗେସଙ୍ଗେ ସେଠାରେ ପହଞ୍ଚି ଗଦାଧର ଗୁରୁଙ୍କୁ ସେଠାରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ VLW ଗଦାଧର ଗୁରୁଙ୍କର ମୃତ୍ୟୁର ପ୍ରକୃତ କାରଣା ଜଣାପଡ଼ି ନାହିଁ। ପୁଲିସ ସନ୍ଦେହରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି।

Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe