Advertisment

ସେତୁ ତଳୁ ମିଳିଲା ମୃତଦେହ, ବେକରେ ବନ୍ଧା ହୋଇଥିଲା ପଥର

ବେକରେହ ପଥର ବାନ୍ଧି ଯୁବକକୁ କେହି ହତ୍ୟା ପରେ ଫିଙ୍ଗିଥିବା ଅଭିଯୋକ ହୋଇଛି

ଅଦ୍ୟତନ ହୋଇଛି
Murder

Murder

Advertisment

ସେତୁ ତଳୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ। ଏଭଳି ଘଟଣା ଘଟିଛି ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳର ଯମୁନା ଢିପାରେ ଥିବା ସେତୁରୁ। ବେକରେ ପଥର ବାନ୍ଧି ଯୁବକକୁ କେହି ହତ୍ୟା ପରେ ଫିଙ୍ଗିଥିବା ଅଭିଯୋକ ହୋଇଛି। 

Advertisment

ଆଜି ସକାଳରେ କିଛି ଲୋକ ନଦୀକୁ ଯାଇଥିବା ବେଳେ ଯୁବକଙ୍କର ମୃତ ଦେହ ନଦୀ କୁଳରେ ଲାଗିଥିବା ଦେଖିଥିଲେ। ଏନେଇ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟଲୋକେ। ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ସେତୁ ତଳୁ ମୃତଦେହକୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି। ଉଦ୍ଧାର ବେଳେ ଯୁବକଙ୍କ ବେକରେ ପଥର ବନ୍ଧା ହୋଇଥିଲା ପୁଲିସ ଦେଖିବାକୁ ପାଇଥିଲା। ପୁଲିସ ସୂଚନା ଅନୁସାରେ ମୃତ ଦେହ ପାଣି ରେ ଯେପରି ନ ଭାସେ ସେଥିପାଇଁ ଏମିତି ହତ୍ୟା କରାଯାଇଥିବା।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe