Advertisment

ରାତିରେ ସ୍ୱାମୀସ୍ତ୍ରୀ ଝଗଡ଼ା ଲାଗିଲେ, ସକାଳେ ମିଳିଲା ସ୍ତ୍ରୀର ମୃତଦେହ; ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ବିବାହର ଦୁଇ ମାସ ପରେ ଯୌତୁକ ପାଇଁ ଆରମ୍ଭ ହୋଇଯାଇଥିଲା ନିର୍ଯାତନା।

ଅଦ୍ୟତନ ହୋଇଛି
husband wife

husband wife

Advertisment

ଯୌତୁକ ପାଇଁ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ, ଦିଅର ଓ ନଣଦ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା  ଟିଲୋ ପଞ୍ଚାୟତର କରଞ୍ଜପଡ଼ା ଗାଁରେ। ମୃତ ମହିଳାଙ୍କ ନାଁ ରଶ୍ମିତା ସେଠୀ (୨୧)। ତାଙ୍କ ବାପ ଘର ଭଣ୍ଡାରିପୋଖରୀ ଥାନା କୁଲଣା ଗାଁରେ।

Advertisment

ଦୁଇ ବର୍ଷ ତଳେ ରଶ୍ମିତା କରଞ୍ଜପଡ଼ା ଗାଁର ଖଗେଶ୍ୱର ସେଠୀଙ୍କୁ ବିବାହ କରିଥିଲେ। ରଶ୍ମିତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି ଯେ ବିବାହର ଦୁଇ ମାସ ଭିତରେ ସେମାନଙ୍କ ଝିଅ ଉପରେ ଆରମ୍ଭ ହୋଇ ଯାଇଥିଲା ଯୌତୁକ ନିର୍ଯାତନା। ଖଗେଶ୍ୱର ମଦ ପିଇ ରଶ୍ମିତାଙ୍କୁ ନିର୍ଯାତନା ଦେଉଥିଲେ। ଅଧିକ ଯୌତୁକ ଦାବି କରି ରଶ୍ମିତାଙ୍କୁ ତାଙ୍କ ଦିଅର, ଶାଶୁ ଓ ଭିଣୋଇ ନିର୍ଯାତନା ଦେଇ ଆସୁଥିଲେ। ଏ ସମ୍ପର୍କରେ ରଶ୍ମିତା ସେମାନଙ୍କୁ ଜଣାଇଥିଲେ।

ବାରମ୍ବାର ନିର୍ଯାତନା ପାଇବା ପରେ ରଶ୍ମିତା ତାଙ୍କ ବାପ ଘରକୁ ପଳାଇ ଯାଇଥିଲେ। ବାପ ଘରେ ରଶ୍ମିତା ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ।  ଝିଅକୁ ଧରି ବାପ ଘରେ ରଶ୍ମିତା ୧୦ ମାସରୁ ଅଧିକ ଦିନ ରହିଥିଲେ। ଏହାରି ଭିତରେ ରଶ୍ମିତା ଓ ତାଙ୍କ ସ୍ୱାମୀ ଖଗେଶ୍ୱରଙ୍କ ସହ ବୁଝାବଣା ହୋଇଥିଲା। ପରିବାର ଲୋକେ ଖୁସି ହୋଇ ରଶ୍ମିତାଙ୍କୁ ନେଇ ତାଙ୍କ ଶାଶୁ ଘରେ ଛାଡ଼ି ଆସିଥିଲେ।

Advertisment

ଅଭିଯୋଗ ଅନୁଯାୟୀ, ଗତ ମଙ୍ଗଳବାର ରାତିରେ ଖଗେଶ୍ୱର ମଦ ପିଇ ଘରକୁ ଫେରିଥିଲେ। ଏହା ପରେ ରଶ୍ମିତା ଓ ତାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଖଗେଶ୍ୱର ରଶ୍ମିତାଙ୍କୁ ମାଡ଼ ମାରିଥିଲେ। ଏ ସମ୍ପର୍କରେ ରଶ୍ମିତା ତାଙ୍କ ଭଉଣୀକୁ ଫୋନ କରି ସବୁ କହିଥିଲେ। ରଶ୍ମିତାଙ୍କୁ ତାଙ୍କ ସ୍ୱାମୀ ଖଗେଶ୍ୱର ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ। 

ପୁଲିସ ମୃତଦେହ ଉଦ୍ଧାର କରି ବ୍ୟଵଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏହା ସହିତ ଖଗେଶ୍ୱରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।   

Mass Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe