Advertisment

କୂଅରେ ଦଉଡ଼ି ଲଗାଇ ବ୍ୟବସାୟୀଙ୍କ ଅତ୍ମହତ୍ୟା!

ଘରେ କେହି ନଥିବା ସମୟରେ ବାରିପଟ କୂଅରେ ଥିବା ଦଉଡ଼ିକୁ ବେକରେ ଲଗାଇ କୂଅ ଭିତରକୁ ଝୁଲିପଡ଼ିଥିଲେ ସନ୍ତୋଷ।

Well

Well

Advertisment

କୂଅରେ ଦଉଡ଼ି ଲଗାଇ ଜଣେ ବ୍ୟବସାୟୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଖାଲାସି ସାହିରେ। ମୃତ ବ୍ୟବସାୟୀ ଜଣଙ୍କ ହେଲେ ସନ୍ତୋଷ ପାଢ଼ୀ (୫୬)।

Advertisment

ସନ୍ତୋଷ ସବୁଦିନ ଭଳି ଆଜି ମଧ୍ୟ ନିଜ ଦୋକାନ ଖୋଲିଥିଲେ। ସେ ଅପରାହ୍ନରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଘରେ କେହି ନଥିବା ସମୟରେ ବାରିପଟ କୂଅରେ ଲାଗିଥିବା ଦଉଡ଼ିକୁ ବେକରେ ଲଗାଇ କୂଅ ଭିତରକୁ ଝୁଲିପଡ଼ିଥିଲେ ସନ୍ତୋଷ। ଘର ଲୋକେ ବହୁ ସମୟ ଖୋଜିବା ପରେ କୂଅ ଭିତରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ।

ଏନେଇ ପରିବାର ଲୋକେ ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କୂଅଭିତରୁ ମୃତଦେହକୁ ଉଦ୍ଧାର କରିଥିଲେ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ କରୁଛି। 

Advertisment

ରିପୋର୍ଟ- ଭଞ୍ଜନଗରରୁ ରାଜେଶ କୁମାର ପଣ୍ଡା

Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe