Advertisment

ବୋର୍ ୱେଲରେ ପଡ଼ିଛି ଶିଶୁ; କେହି ଫୋପାଡ଼ି ଥିବା ସନ୍ଦେହ

ସମ୍ବଲପୁର ରେଙ୍ଗାଲି ନିକଟ ଲାରିପାଲିରେ ଏକ ବୋର୍ ୱେଲରେ ଶିଶୁଟି ପଡିଥିବା ଦେଖିବାକୁ ମିଳିଛି

ଅଦ୍ୟତନ ହୋଇଛି
Sambalpur

Sambalpur

Advertisment

ପୁଣି ଏକ ଅଭାବନୀୟ ଘଟଣା। ବୋର୍ ୱେଲ ଭିତରେ ପଡ଼ିଲା ଶିଶୁ। ସମ୍ବଲପୁର ରେଙ୍ଗାଲି ନିକଟ ଲାରିପାଲିରେ ବୋର୍ ୱେଲରେ ଶିଶୁଟି ପଡ଼ିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୩ଟି ଜେସିବି ସହାୟତାରେ ବୋରୱେଲକୁ ଲାଗି ସମାନ୍ତରାଳ ଭାବେ ଖୋଳା ଚାଲିଛି। ବୋରୱେଲରେ ପଡ଼ିଥିବା ଶିଶୁଟି ନବଜାତ ବୋଲି ସନ୍ଦେହ କରାଯାଉଛି। ଶିଶୁଟିକୁ କେହି ଆଣି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି।

Advertisment

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିବା ବେଳେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ବୋରୱେଲ ଭିତୁର ଏକ କଅଁଳା ଶିଶୁର କୁଆଁ କୁଆଁ କାନ୍ଦ ଶୁଣି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ତାପରେ ଆରମ୍ଭ ହେଲା ରେସକ୍ୟୁ ଅପରେସନ। ପିଲାଟିକୁ ପାଇପ ସହାୟତାରେ ଅକ୍ସିଜେନ ଯୋଗାଇ ଦିଆଯାଉଛି।

ଘଟଣାସ୍ଥଳରେ ପୋଲିସ, ଓଡ୍ରାଫ, ଅଗ୍ନିଶମ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି। ପିଲାଟି ପ୍ରାୟ ୧୫ ଫୁଟ ତଳେ ଥିବା ସୂଚନା ମିଳିଛି। ଏମତିକି ପିଲାଟିର ମୁଣ୍ଡ ତଳକୁ ରହିଛି। ଅନ୍ଧାର ହୋଇଯାଇଥିବାରୁ ଲାଇଟ୍ ବ୍ୟବସ୍ଥା କରାଯାଇଛି। ପିଲାଟି କିଭଳି ସୁରକ୍ଷିତ ଉଦ୍ଧାର ହେବ ସେଥିପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି।

Advertisment
Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe