Advertisment

କେମିତି ଅଛି ବୋରୱେଲରୁ ଉଦ୍ଧାର ନବଜାତ ଶିଶୁ କନ୍ୟାର ସ୍ୱାସ୍ଥ୍ୟାବସ୍ଥା

ଶିଶୁଟି ମାତ୍ର ୩୪ ସପ୍ତାହର ପ୍ରି ମ୍ୟାଚୁଅର ଭାବେ ଜନ୍ମ ନେଇଛି ବୋଲି ଡାକ୍ତର କହିଛନ୍ତି।

ଅଦ୍ୟତନ ହୋଇଛି
Sambalpur

Sambalpur

Advertisment

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରୁ ଏକ ପରିତ୍ୟକ୍ତ ବୋରୱେଲ ଗତକାଲି ରାତିରେ ଉଦ୍ଧାର କରାଯାଇଥିବା ନବଜାତ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ବୁର୍ଲା ବଡ଼ ଡାକ୍ତରଖାନା ଏସଏନସିୟୁରେ ତାର ଚିକିତ୍ସା ଚାଲିଛି।

Advertisment

ଭୀମସାର ଅଧୀକ୍ଷକଙ୍କ ସୂଚନା ଅନୁଯାୟୀ, ଗତକାଲି ଅପେକ୍ଷା ଆଜି ଶିଶୁଟିର ଅବସ୍ଥାରେ ଉନ୍ନତି ଘଟିଛି। ବୋରୱେଲରେ ପଡ଼ିବା କାରଣରୁ ତାର ଶରୀରର କିଛି ସ୍ଥାନରେ କ୍ଷତ ହୋଇଛି। ଶିଶୁଟି ମାତ୍ର ୩୪ ସପ୍ତାହର। ପ୍ରି ମ୍ୟାଚୁଅର ଭାବେ ଜନ୍ମ ନେଇଛି। ତା’ର ଓଜନ ୧ କିଲୋ ୬ ଶହ ଗ୍ରାମ୍ ରହିଛି। ଆଗକୁ ତା’ ସ୍ୱାସ୍ଥ୍ୟାବସ୍ଥାରେ ଜଟିଳତା ଦେଖାଯିବାର ଆଶଙ୍କା ଥିବାରୁ ଏକ ଡାକ୍ତରୀ ଟିମ୍ ତା’ ଉପରେ ତୀକ୍ଷ୍ନ ନଜର ରଖିଛନ୍ତି। ପ୍ରଫେସର ସୁବାସ ଚନ୍ଦ୍ର ମାଝୀଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗର ୫ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଶିଶୁଟି ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି।

ଅନ୍ୟପକ୍ଷରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଏହି ଘଟଣା ଅନ୍ୟ ବୋରୱେଲରେ ପିଲା ପଡ଼ିବା ଭଳି ଘଟଣା ନୁହେଁ। ଏହା ଦୁର୍ଘଟଣା ନୁହେଁ। ଏହା ଏକ ଅପରାଧ। ସ୍ଥାନୀୟ ପୁଲିସ ଏନେଇ ୩୦୭ ଦଫାରେ ଏକ ମାମଲା କରିଛି। ଯିଏ ବି ଦୋଷୀ ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।

Advertisment

ସେ କହିଛନ୍ତି, ଛୁଆଟି ଲୁହା ପାଇପ ଭିତରେ ପଡ଼ିଥିବାରୁ ଭିଏଲ୍‌ସି (ଭିକ୍ଟିମ ଲୋକେସନ କ୍ୟାମେରା) ଦରକାର ଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ବିମାନରେ ସେଠାକୁ ଭିଏଲ୍‌ସି ପଠାଯାଇଥିଲା। ଭିଏଲ୍‌ସି ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ତ୍ୱାରାନ୍ୱିତ ହୋଇଥିଲା। 

Sambalpur Baby New Born Baby
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe