Advertisment

ଧରାପଡ଼ିଲା ବାୱରିଆ ଗ୍ୟାଙ୍ଗ; ଚୋରି ଟଙ୍କାରେ ଷ୍ଟାର ହୋଟେଲରେ ରହୁଥିଲେ, ମସାଜର ମଜା ନେଉଥିଲେ

ବର୍ଷେ ହେବ ଉତ୍ତରପ୍ରଦେଶରୁ ଆସି ଓଡିଶାରେ ବିଭିନ୍ନ ସ୍ଥାନରେ ଏହି ଗ୍ୟାଙ୍ଗର ସଦସ୍ୟ ଲୁଟପାଟ କରିଥିଲେ।

ଅଦ୍ୟତନ ହୋଇଛି
Criminals

Criminals

Advertisment

ୟୁପି ଘର, ହେଲେ ଭୁବନେଶ୍ୱରରେ ଚଳାଇଥିଲେ ଚୋରି। ଚୋରି ଅର୍ଥରେ ପୁରୀରେ ଅୟସ କରୁଥିଲେ। ଚୋରି ଟଙ୍କାରେ ଷ୍ଟାର ହୋଟେଲରେ ରହିବା ସହ ମସାଜର ମଜା ନେଉଥିଲେ। କମିଶନରେଟ୍ ପୁଲିସ ସ୍ପେଶାଲ ସ୍କ୍ୱାଡ୍ ହାତରେ ଧରାପଡିଛି ଏହି ବାୱରିଆ ଗ୍ୟାଙ୍ଗ। ବାୱରିଆ ଗ୍ୟାଙ୍ଗକୁ ପୂର୍ବରୁ ଚଡି ଗ୍ୟାଙ୍ଗ ବୋଲି କୁହାଯାଉଥିଲା। ବର୍ଷେ ହେବ ଉତ୍ତରପ୍ରଦେଶରୁ ଆସି ଓଡିଶାରେ ବିଭିନ୍ନ ସ୍ଥାନରେ ଏହି ଗ୍ୟାଙ୍ଗର ସଦସ୍ୟ ଲୁଟପାଟ କରିଥିଲେ। ସେମେନାଙ୍କ ମଧ୍ୟରୁ ୪ଜଣକୁ ଧରିବା ସହ ସେମାନଙ୍କ ଠାରୁ ୧୬ଟି ସୁନା ଚେନ ଯାହାର ଓଜନ ୨୦୦ ଗ୍ରାମରୁ ଅଧିକ ହେବ ପୁଲିସ ଜବତ କରିଛି। 

Advertisment

ଅଭିଯୁକ୍ତମାନେ ହେଲେ ପ୍ରଦୀପ କୁମାର, ବିକାଶ, ରବି କୁମାର, ବାବୁ ରାମ। ସେମାନଙ୍କ ନାଁରେ ଓଡ଼ିଶାରେ ୨୮ଟି ମାମଲା ରହିଛି। ସେମାନଙ୍କ ଠାରୁ ୨ଟି ଦିଲ୍ଲୀ ନମ୍ବର ପଲସର ବାଇକ ଜବତ କରାଯାଇଥିଲେ। ଏହି ବାଇକ୍‌ରେ ବୁଲି ସେମାନେ ଚଳାଇଥିଲେ ଛିନତାଇ, ଚୋରି ଓ ଅନ୍ୟ ଅପରାଧ। ୟୁପିରୁ ଆସି ଓଡ଼ିଶାରେ କରୁଥିଲେ ଅପରାଧ।

୪ ଜିଲ୍ଲାରେ ଏହି ଗ୍ୟାଙ୍ଗର ସଦସ୍ୟଙ୍କ ନାରେ ୨୮ଟି ମାମଲା ରହିଛି। କଟକ, ପୁରୀ, ଭଦ୍ରକ, ଖୋର୍ଦ୍ଧାରେ ମୁଖ୍ୟତଃ ଏମାନଙ୍କ ଗ୍ୟାଙ୍ଗ ଲୁଟ୍ ପାଟ କରୁଥିଲେ। ପିପିଲି ଟୋଲଗେଟ ଫୁଟେଜରୁ ସେମାନଙ୍କ ଗତିବିଧିର ସୁରାକ ପାଇଥିଲା ସ୍ପେଶାଲ ସ୍କ୍ୱାଡ୍। ସାଦା ପୋଷାକରେ ପୁରୀ ବେଳାଭୂମି ରୋଡ୍ ନିକଟରେ ଡେରା ପକାଇଥିଲା ପୁଲିସ। ପୁରୀ ବେଳେଭୂମି ପାର୍ଶ୍ୱ ଏକ ହୋଟେଲରେ ରହୁଥିଲେ ଅଭିଯୁକ୍ତମାନେ। ଦିନରେ ସମୁଦ୍ରରେ ଗାଧୋଇ ମଉଜ କରନ୍ତି, ଆଉ ରାତିରେ ଡ୍ୟାନ୍ସ ବାରରେ ଟଙ୍କା ଉଡାନ୍ତି। ଏଭଳି ଖବର ପାଇବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ୨ ଦିନ ଧରି ପୁରୀରେ ଡେରା ପକାଇଥିଲା ସ୍କ୍ୱାଡ୍। ପିପିଲି ଟୋଲଗେଟରେ ଅଭିଯୁକ୍ତଙ୍କ ଗାଡି ଟ୍ରେସ କରିବା ପରେ ଆରମ୍ଭ ହୋଇଥିଲା ଅପରେସନ। ଦିଲ୍ଲୀ ଯିବାକୁ ଏକ ଟୁର ଆଣ୍ଡ ଟ୍ରାଭେଲ ଦୋକାନରେ ଟିକେଟ କାଟୁଥିବା ବେଳେ ଅଭିଯୁକ୍ତଙ୍କୁ ମାଡି ବସିଥିଲା ପୁଲିସ। ଦିଲ୍ଲୀ ଓ ୟୁପିରେ ମଧ୍ୟ ଅଭିଯୁକ୍ତଙ୍କ ନାଁ’ରେ ମାମଲା ରହିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।

Advertisment

ସେମାନେ ଦେହରେ ତେଲ ଲଗାଇ ଘରେ କଳାକନା ବୁଲାନ୍ତି। ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ହାସଲ ପାଇଁ ୟୁପି ସାମଲି ଜିଲ୍ଲା ପୁଲିସ ସହ ଖୁବଶୀଘ୍ର ଆଲୋଚନା କରିବ କମିଶନରେଟ ପୁଲିସ। ଅଭିଯୁକ୍ତଙ୍କ କେସ ହିଷ୍ଟ୍ରି ଜାଣିବା ପାଇଁ ବିଭିନ୍ନ ଥାନାକୁ ଜାରି ହେବ ଅଭିଯୁକ୍ତଙ୍କ ଫଟୋ। ଆଗକୁ ଟିଆ ପ୍ୟାରେଡ କରାଯିବା ସହ ଅଧିକ ତଥ୍ୟ ଆଦାୟ ପାଇଁ ଏମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।

Bhubaneswar Criminal Arrested Commissionorate Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe