Advertisment

ଦୁଇ ଦିନ ତଳେ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ, ଆଜି ମିଳିଲା ଝୁଲନ୍ତା ମୃତଦେହ

ଚକାପାଦ ଥାନା ଗୋଚ୍ଛାବାରୀ ଗାଁର ବିଶ୍ୱନାଥ ବେହେରା ରବିବାର ସକାଳେ ଟାଣଙ୍ଗାପାଦ ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିଲେ। କିନ୍ତୁ ସେନି ଘରକୁ ଫେରିନଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ।

ଅଦ୍ୟତନ ହୋଇଛି
Kandhamal

Kandhamal

Advertisment

ଦୁଇ ଦିନ ତଳେ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ହେଲେ ଘରକୁ ଫେରିନଥିଲେ। ଆଜି ଜଙ୍ଗଲ ଭିତରୁ ମିଳିଥିଲା ଝୁଲନ୍ତା ମୃତଦେହ। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅଞ୍ଚଳରେ ଘଟିଛି। 

Advertisment

ଚକାପାଦ ଥାନା ଗୋଚ୍ଛାବାରୀ ଗାଁର ବିଶ୍ୱନାଥ ବେହେରା ରବିବାର ସକାଳେ ଟାଣଙ୍ଗାପାଦ ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିଲେ। କିନ୍ତୁ ସେହି ଦିନ ସେ ଘରକୁ ଫେରିନଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ମାତ୍ର ତାଙ୍କ ଖୋଜ ଖବର ପାଇନଥିଲେ। ବିଶ୍ୱନାଥଙ୍କ ପତ୍ତା ନମିଳିବାରୁ ସୋମବାର ଦିନ ଗାଁର କିଛି ଲୋକଙ୍କୁ ଧରି ପରିବାର ଲୋକ ଉକ୍ତ ଜଙ୍ଗଲକୁ ଯାଇଥିଲେ। ବହୁ ଖୋଜାଖୋଜି ପରେ ଝିରିନାଳ ନିକଟରେ ଥିବା ଏକ ଗଛରେ ବିଶ୍ୱନାଥଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା।

ଗାଁ ଲୋକେ ଏନେଇ ଚକାପାଦ ଥାନାକୁ ଖବର ଦେଇଥିଲେ। ଆଜି ସକାଳେ ପୁଲିସ୍‌ ଉକ୍ତ ଜଙ୍ଗଲକୁ ଯାଇଥିଲା। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି ପୁଲିସ୍‌। ଅନ୍ୟପଟେ ବିଶ୍ୱନାଥଙ୍କୁ କେହି ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।  

Advertisment

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

Crime Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe