Advertisment

ସାଲାଇନ୍ ପେଟିରୁ ବାହାରିଲା ଶିଶୁକନ୍ୟାର ମୃତଦେହ

ପେଟି ଭିତରେ କପଡ଼ାରେ ଗୋଡ଼ା ହୋଇଥିବା ଏକ ଶିଶୁକନ୍ୟାକୁ ଦେଖିବାକୁ ପାଇଥିଲେ। ପଥଚାରୀମାନେ ଏନେଇ ଥନାକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଅଦ୍ୟତନ ହୋଇଛି
Nilgiris

Nilgiris

Advertisment

ସାଲାଇନ୍ ପେଟିରୁ ବାହାରିଲା ଶିଶୁକନ୍ୟାର ମୃତଦେହ। ଏପରି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ। ତେବେ ମୃତ ଶିଶୁକନ୍ୟାର ପରିଚୟ ଜଣାପଡ଼ି ନାହିଁ। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଶିଶୁକନ୍ୟାଟି କୁଆଁରୀ କନ୍ୟାର ବୋଲି ସନ୍ଦେହ କରାଯାଉଛି।

Advertisment

ପୋଡାଶୁଳ ସିଟି ସ୍କୁଲ ନିକଟସ୍ଥ ରାସ୍ତା କଡରେ ସଲାଇନ ପେଟି ପଡ଼ିଥିଲା। ସେଇ ରାସ୍ତା ଦେଇ ଯାଉଥିବା କିଛି ଲୋକ ସେହି ସାଲାଇନ ପେଟିକୁ ଖଲିଥିଲେ। ତାପରେ ପେଟି ଭିତରେ କପଡ଼ାରେ ଗୋଡ଼ା ହୋଇଥିବା ଏକ ଶିଶୁକନ୍ୟାକୁ ଦେଖିବାକୁ ପାଇଥିଲେ। ପଥଚାରୀମାନେ ଏନେଇ ଥନାକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା କୁମାରୀ ମାତୃତ୍ୱ ବୋଲି ସନ୍ଦେହ କରାଯାଉଛି। ଧରାପଡ଼ିଯିବା ଭୟରେ କୌଣସି ଯୁବତୀ ନିଜର ଅବୈଧ ସନ୍ତାନକୁ ଫିଙ୍ଗିଦେଇ ଥିବା ଚର୍ଚ୍ଚା ହେଉଛି। ପୁଲିସ ଏନେଇ ଖୋଲତାଳ ଚଳାଇଛି।

Advertisment

ରିପୋର୍ଟ- ନୀଳଗିରିରୁ ବିଶ୍ୱମ୍ଭର ଦାସ

Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe