Advertisment

ଛାତରୁ ମିଳିଲା ବାପାଙ୍କ ମୃତଦେହ, ହତ୍ୟା ସନ୍ଦେହରେ ପୁଅକୁ ଉଠାଇନେଲା ପୁଲିସ

ମଗନିଆଁ ସେଠଙ୍କୁ କେହି ଦୁର୍ବୃତ୍ତ ତଣ୍ଟି ଚିପି ହତ୍ୟା କରିଛନ୍ତି ବୋଲି ସମ୍ପର୍କୀୟ ଅଭିଯୋଗ କରିଥିବା ବେଳେ ଏହାର ଉଚିତ୍ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି।

author-image
Biswajit Samal
ଅଦ୍ୟତନ ହୋଇଛି
Murder

Murder

ଛାତରୁ ମିଳିଲା ମୃତ ଦେହ। ମୃତକଙ୍କ ନାଁ ହେଉଛି ମଗନିଆଁ ସେଠ୍। ତାଙ୍କ ଘର ବରଗଡ଼ ଜିଲ୍ଲା ଭେଡେନ ଥାନା ଅର୍ନ୍ତଗତ ସହରାଟିକ୍ରା ଗାଁରେ। ଘର ଛାତରୁ ମୃତ ଦେହକୁ ଉଦ୍ଧାର କଲା ପୁଲିସ। ହତ୍ୟା ସନ୍ଦେହ କରି ପୁଅକୁ ଉଠାଇ ନେଇଛି ପୁଲିସ।

Advertisment

ସୋମବାର (ଗତକାଲି) ବିଳମ୍ବିତ ରାତିରେ ଘରର ଛାତ ଉପରେ ମଗନିଆଁ ସେଠ୍ ଶୋଇବାକୁ ଯାଇଥିଲେ। ସକାଳୁ ମଗନିଆଁଙ୍କୁ ପରିବାର ଲୋକେ ମୃତ ଅବସ୍ଥାରେ ଦେଖିଥିଲେ। ଏନେଇ ପରିବାର ଲୋକେ ଭେଡେନ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକଙ୍କ ପୁଅକୁ ଉଠାଇନେଇଛି।

ମଗନିଆଁ ସେଠଙ୍କୁ କେହି ଦୁର୍ବୃତ୍ତ ତଣ୍ଟି ଚିପି ହତ୍ୟା କରିଛନ୍ତି ବୋଲି ସମ୍ପର୍କୀୟ ଅଭିଯୋଗ କରିଥିବା ବେଳେ ଏହାର ଉଚିତ୍ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି। ଅନ୍ୟପଟେ ସରପଞ୍ଚ ପ୍ରତିନିଧିଙ୍କ କହିଛନ୍ତି ଆଗରୁ ବାପ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ପୁଅ ସବୁବେଳେ ନିଶାସକ୍ତ ଅବସ୍ଥାରେ ରହୁଥିବାରୁ ଏଭଳି କରିଥାଇ ପାରେ ବୋଲି ସନ୍ଦେହ କରାଯାଉଛି।

Advertisment
Murder