Advertisment

ମର୍ଣ୍ଣିଂୱାକ୍‌ରେ ଯାଇଥିଲେ, ମିଳିଲା ମୃତଦେହ

ରଙ୍କ ସେଠୀ ଆଜି ଭୋର ୪ଟାରୁ ଘରୁ ବାହାରକୁ ବୁଲିବାକୁ ଯାଇଥିଲେ।

author-image
Biswajit Samal
ଅଦ୍ୟତନ ହୋଇଛି
Brahmpur

Brahmpur

ବ୍ରହ୍ମପୁର ଗାନ୍ଧୀ ନଗର ଅନ୍ତର୍ଗତ ଦ୍ୱିତୀୟ ଲାଇନରେ ଆଜି ସକାଳେ ଜଣେ ବୃଦ୍ଧଙ୍କ ମୃତଦେହ ମିଳିଥିଲା। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବିଜିପୁର ଅମ୍ୱିକା ନଗରର ରଙ୍କ ସେଠୀ। ତାଙ୍କୁ ୭୫ ବର୍ଷ ହୋଇଥିଲା। ତାଙ୍କୁ କେହି ହତ୍ୟା କରି ଥାଇପାରେ ବୋଲି ସନ୍ଦେହ କରାଯାଉଛି।

Advertisment

ରଙ୍କ ସେଠୀ ଆଜି ଭୋର ପ୍ରାୟ ୪ଟାରୁ ମର୍ଣ୍ଣିଂୱାକ୍‌ରେ ଯାଇଥିଲେ। ହେଲେ ଅନେକ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ଏହା ପରେ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିନ୍ତୁ ସେମାନେ ରଙ୍କ ସେଠୀଙ୍କୁ ପାଇନଥିଲେ।

ଅନ୍ୟପକ୍ଷରେ ଗାନ୍ଧୀ ନଗରର ଦ୍ୱିତୀୟ ଲାଇନରେ ଜଣଙ୍କ ଘର ସମ୍ମୁଖରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ ରଙ୍କ ସେଠୀ। ତାଙ୍କର ମୃତ୍ୟୁ ହୋଇସାରିଥିଲା। ସ୍ଥାନୀୟ ଲୋକେ ଏନେଇ ଟାଉନ ଥାନା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।

Advertisment

ରିପୋର୍ଟ - ବ୍ରହ୍ମପୁରରୁ ଜଗନ୍ନାଥ ସାହୁ 

Brahmapur