Advertisment

ଘରୁ ମିଳିଲା ମହିଳାଙ୍କ ମୃତଦେହ, ସ୍ୱାମୀ ଥାନାରେ ଅଟକ

କୁନି ଝୁଲିପଡ଼ିଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ

author-image
Biswajit Samal
Police

Police

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଗଁରେଇ ଗାଁରେ ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ନାଁ କୁନି ମଲ୍ଲିକ ବୋଲି ଜଣାପଡ଼ିଛି। ମହିଳାଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ପରେ ପୁଲିସ ସ୍ୱାମୀକୁ ଅଟକ ରଖି ପଚରା ଉଚରା କରୁଛି।

Advertisment

ସୂଚନା ଅନୁସାରେ କୁନି ଓ ତାଙ୍କ ସ୍ୱମୀଙ୍କ ଭିତରେ ପ୍ରାୟ ସବୁବେଳେ ପାରିବାରିକ କଲହ ଲାଗିରହୁଥିଲା। ଏହି ଝଗଡ଼ା କାରଣରୁ କୁନି ପ୍ରାୟ ସବୁବେଳେ ଚିନ୍ତାରେ ରହୁଥିଲେ। ତେବେ ମଙ୍ଗଳବାର (ଗତକାଲି) କୁନିଙ୍କ ସ୍ୱାମୀ ବାହାରକୁ କାମ କରିବାକୁ ଯାଇଥିଲେ। ଏହି ସମୟରେ କୁନି ଝୁଲିପଡ଼ିଥିଲେ। କିଛିସମୟ ପରେ ଘର ଭିତରେ କୁନି ଝୁଲିପଡ଼ିଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ। ଏନେଇ କୁନିଙ୍କ ସ୍ୱାମୀଙ୍କୁ ଖବର ଦେଇଥିଲେ ପରିବାର ଲୋକ।

ପୁଲିସ ଏନେଇ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପଟେ ମୃତ ମହିଳାଙ୍କ ବାପଘର ଲୋକେ ମୁରିବାହାଲ ଥାନାରେ ହତ୍ୟା ହୋଇଥିବା ନେଇ ଲଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅଧାରରେ ପୁଲି କୁନିଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖିଛି।

Advertisment
Murder