Advertisment

କେନାଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ମୃତଦେହ ପଡ଼ିଥିବା ଆଖପାଖ ସ୍ଥିତିରୁ ପୁଲିସ ଅନୁମାନ କରୁଛି ହତ୍ୟା ପରେ କିଏ ଫିଙ୍ଗିଦେଇଛି

ଅଦ୍ୟତନ ହୋଇଛି
Police

Police

Advertisment

ଆଜି ସକାଳେ ଗଞ୍ଜାମ ଜିଲ୍ଲା କେନୁଗାଁରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କେନୂଗାଁରେ ଥିବା ନାରାୟଣପୁର କେନାଲ ନିକଟରେ ଯୁବକଙ୍କର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ଭୟରେ ଗାଁ ଲୋକ ପୁଲିସକୁ ଖବର ଦେଇଥିଲେ।

Advertisment

ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଯୁବକଙ୍କ ମଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଲିଛି। ମୃତଦେହ ପଡ଼ିଥିବା ଆଖପାଖ ସ୍ଥିତିରୁ ପୁଲିସ ଅନୁମାନ କରୁଛି ହତ୍ୟା ପରେ କିଏ ଫିଙ୍ଗିଦେଇଛି। ତେବ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

Murder Mass Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe