Advertisment

ଟ୍ରେନ ଲାଇନରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ତଦନ୍ତ କରୁଛି ପୁଲିସ

ଟ୍ରେନ ଲାଇନ କଡ଼ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି

ଅଦ୍ୟତନ ହୋଇଛି
 train line

train line

Advertisment

ଅଜଣା ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି। ଟ୍ରେନ୍‌ ଲାଇନରେ ଖଣ୍ଡବିଖଣ୍ଡିତ ହୋଇ ପଡ଼ିଥିଲା ମୃତଦେହ। ଜିଆରପି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଯବତ କରିବା ସହିତ ତଦନ୍ତ କରୁଛି। ମୃତ ଯୁବକଙ୍କର ନାଁ ଜଣାପଡ଼ି ନଥିବା ବେଳେ ତାଙ୍କ ଘର ରାଉତମୁଣ୍ଡା ଗାଁରେ ବୋଲି ଯଣାପଡ଼ି।

Advertisment

ଏଭଳି ଅଭାବ ନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରାଉତମୁଣ୍ଡା ଗାଁରେ। ଗାଁ ପାଖରେ ଥିବା ରେଳ ଲାଇନରୁ ଜଣେ ଯୁବକଙ୍କ ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ଜିଆରପି ପୁଲିସକୁ ଖବର ଦେଇଥିଲେ। ତେବେ ଖବର ପାଇ ଘଟଣା ସ୍ଥଳରେ ଜିଆରପି ପୁଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ମୃତ ଯୁବକ ଜଣକ ରବିବାର ରାତିରେ ରାଉତମୁଣ୍ଡା ଗାଁକୁ ଏକ ବିବାହ ଉତ୍ସବରେ ଆସିଥିବା ନେଇ ଗାଁ ରେ ଚର୍ଚ୍ଚା ହେଉଛି। ତେବେ ଆଜି ସକାଳୁ ଟ୍ରେନ ଲାଇନ କଡ଼ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ହତ୍ୟା କରି କିଏ ପିଙ୍ଗିଦେଇଛନ୍ତି ନାଁ ଏହା ଏକ ଆତ୍ମହତ୍ୟା ଏହାର କାରଣ ଜଣାପଡ଼ିନାହିଁ। ତେବେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ଜିଆରପି ପୁଲିସl

Advertisment
Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe