Advertisment

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରୁ ସରପଞ୍ଚଙ୍କ ପୁଅର ମୃତଦେହ ଉଦ୍ଧାର

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବାସଗୃହରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଠାବ ହୋଇଛି।

author-image
Biswajit Samal
ଅଦ୍ୟତନ ହୋଇଛି
Kandhamal

Kandhamal

କନ୍ଧମାଳ ଜିଲ୍ଲା ଦଡ଼ିକ ସରପଞ୍ଚଙ୍କ ପୁଅର ମୃତଦେହ ଉଦ୍ଧାର। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରୁ ଠାବ ହୋଇଛି ମୃତଦେହ। ସରପଞ୍ଚଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ୩ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। 

Advertisment

କନ୍ଧମାଳ ଜିଲ୍ଲା ସଦର ଥାନା ଅଧୀନରେ ରହିଛି ଦଡ଼କି ଗ୍ରାମ ପଞ୍ଚାୟତ। ଆଜି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରୁ ଆଜି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଥିଲା। ମୃତ ଯୁବକ ଜଣଙ୍କ ହେଲେ ସଂଜିତ କୁମାର ମଲ୍ଲିକ। ତାଙ୍କ ମା'ଙ୍କ ନାମ ନମିତା ମଲ୍ଲିକ। ନମିତା ବର୍ତ୍ତମାନ ଦଡ଼କି ଗ୍ରାମ ପଞ୍ଚାୟତର ସରପଞ୍ଚ ଅଛନ୍ତି। ସଂଜିତ କନ୍ଧମାଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପ-ସଭାପତି ଭାବେ କାମ କରୁଥିଲେ।

ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ସଦର ଥାନା ପୁଲିସ ଡଗ ସ୍କ୍ୱାଡ ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏଥିସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ କେଉଁ ପରିସ୍ଥିତିରେ ସଂଜିତଙ୍କର ମୃତ୍ୟୁ ହେଲା, ସେକଥା ଜଣାପଡ଼ିନି। ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବାରୁ ପୁଲିସ୍‌ ଏ ଦିଗରେ ମଧ୍ୟ ତଦନ୍ତ ଚାଲିଛି। 

Advertisment

ପୁଲିସ ଗାଁ ଲୋକଙ୍କୁ ପଚରାଉଚରା କରିଛି। ସେହିପରି ଘଟଣାରେ ସାମିଲ ଥିବା ସନ୍ଦେହରେ ତିନି ଜଣଙ୍କୁ ଥାନାରେ ଅଟକ ରଖିଛି। 

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

Crime Kandhamal