Advertisment

କାର ମଡ଼ାଇ ହତ୍ୟା ଅଭିଯୋଗରେ ଡ୍ରାଇଭର ଗିରଫ

ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା କାରକୁ ଜବତ କରିବା ସହ ଗାଡ଼ିଚାଳକ ଜଗନ ପାଇକକୁ ଗିରଫ କରି କୋର୍ଟ ଚାଲାଣ କରିଛି ସହିଦନଗର ଥାନା ପୁଲିସ।

author-image
Biswajit Samal
Car

Car

ରାଜଧାନୀରେ କାର ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି ପୁଲିସ। ଦୁର୍ଘଟଣାରେ ଜୀବନ ଯାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଦିଲ୍ଲିପ ପରିଡ଼ା ଘର ଯାଜପୁର ଜିଲ୍ଲା ସୁନାପାଳ ବିଞ୍ଝାରପୁର ଅଞ୍ଚଳରେ। ସେ ଭୁବନେଶ୍ୱର ସହୀଦ ନଗର ପଣ୍ଡାପାର୍କ କଡ଼ରେ ରହି ଏକ ଚା’ ଦୋକାନ ଚଳାଇଥିଲେ।

Advertisment

ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲିପ ନିଜ ଦୋକାନକୁ ଯିବା ସମୟରେ ଏକ ଦ୍ରୁତଗାମୀ କାର ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ରକ୍ତାକ୍ତ ହୋଇ ପଡ଼ିଗଲେ ଦିଲ୍ଲିପ। ତେବେ ଦୁର୍ଘଟଣା ଘଟାଇଥିବା କାରଟି ସେଠାରୁ ପଳାଇଥିଲା।

ଏନେଇ ଖବରପାଇ ଘଟଣା ସ୍ଥଳରେ ପୁଲିସ‌ ପହଞ୍ଚି ଦିଲ୍ଲିପକୁ ଉଦ୍ଧାର କରି କ୍ୟାପିଟାଲ ମେଡିକାଲକୁ ନେଇଥିଲା। ସେଠାରେ ତାଙ୍କର ମୁତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା କାରକୁ ଜବତ କରିବା ସହ ଗାଡ଼ିଚାଳକ ଜଗନ ପାଇକକୁ ଗିରଫ କରି କୋର୍ଟ ଚାଲାଣ କରିଛି ସହିଦନଗର ଥାନା ପୁଲିସ।

Advertisment
Roadaccident