ଧରାପଡ଼ିଲେ ଭୁବନେଶ୍ୱରରେ ଜଣେ ଟ୍ରାଫିକ ପୁଲିସଙ୍କ ଉପରେ ଟ୍ରକ୍ ଚଢ଼ାଇ ଫେରାର ହୋଇଯାଇଥିବା ଡ୍ରାଇଭର। ବାଙ୍କୀ ଗୋପାଳପୁର ଅଞ୍ଚଳରୁ ତାଙ୍କୁ ନୟାପଲ୍ଲୀ ଥାନା ପୁଲିସ୍ ଧରିଥିବା ବେଳେ ଟ୍ରକ୍କୁ ଜବତ କରିଛି।
Also Read
ଗତ ୨୯ ତାରିଖ ରାତିରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ର ୯ ନମ୍ବର ଗେଟ୍ ସମ୍ମୁଖରେ ଏହି ଟ୍ରକ୍ଟି ଟ୍ରାଫିକ ପୁଲିସ କର୍ମଚାରୀ ମଧୁସୁଦନ କିର୍ସାନୀଙ୍କ ଉପରେ ଚଢ଼ି ଯାଇଥିଲା।
ମଧୁସୁଦନ ଡ୍ୟୁଟି ସାରି ଘରକୁ ଫେରୁଥିବାବେଳେ ଘଟିଥିଲା ଏହି ଦୁର୍ଘଟଣା। ଏହି ଦୁର୍ଘଟଣାରେ ମଧୁସୂଦନଙ୍କ ମୁଣ୍ଡଟି ନଷ୍ଟ ହୋଇଯାଇଥିଲା।
କୌଣସି ଗାଡ଼ି ମଧୁସୂଦନଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ି ଯାଇଥିବା ଜଣାପଡ଼ିଥିଲା। ତେବେ କେଉଁ ଗାଡ଼ି ଏହି କାଣ୍ଡ ଘଟାଇଥିଲା, ତାହା ଜଣାପଡ଼ି ନଥିଲା। ସିସିଟିଭି ଆଧାରରେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଖୋଜି ଥିଲା ନୟାପଲ୍ଲୀ ଥାନା ପୁଲିସ୍। ଶେଷରେ ବାଙ୍କୀର ଗୋପାଳପୁର ଅଞ୍ଚଳରୁ ଟ୍ରକ୍ଟିକୁ ଜବତ କରିଛି ନୟାପଲ୍ଲୀ ଥାନା ପୁଲିସ। ତା’ ସହିତ ଟ୍ରକ୍ ଡ୍ରାଇଭରଙ୍କୁ ଧରିବାରେ ସଫଳ ହୋଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଝିଅର ସ୍କୁଲ ଶିକ୍ଷୟିତ୍ରୀଙ୍କ ସହ ଅବୈଧ ସମ୍ପର୍କ ରଖି କେମିତି ଫସିଲେ ବାପା?
ଧୂର୍ତ୍ତ ଶିକ୍ଷୟିତ୍ରୀ ଜଣଙ୍କ ନିଜ ଛାତ୍ରୀଙ୍କ ବାପାଙ୍କୁ ପ୍ରେମ ଜାଲରେ ଫସାଇ ଟଙ୍କା ଲୁଟ କରିଛନ୍ତି।

Crime
କାହିଁକି ସାଇବର ଅପରାଧୀଙ୍କ ପାଇଁ ଜୀବନ ହାରିଲେ ବୟସ୍କ ଦମ୍ପତି?
ବୟସ୍କ ଦମ୍ପତିଙ୍କ ଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିବା ପରେ ମଧ୍ୟ ସାଇବର ଅପରାଧୀଙ୍କ ମନ ବୁଝି ନଥିଲା। ସେମାନେ ନୀରିହ ଦମ୍ପତିଙ୍କୁ ଧମକଚମକ ଦେଇ ଚାଲିଥିଲେ।

Crime
କେଉଁ ଗୋଟିଏ ଭୁଲ ମୁସ୍କାନ ଓ ସାହିଲକୁ ମହଙ୍ଗା ପଡ଼ିଲା?
ସୌରଭଙ୍କୁ ହତ୍ୟା କରିବା ପରେ ଉଭୟ ଏହାକୁ ୧୫ ଖଣ୍ଡ କରି କାଟି ଦେଇଥିଲେ। ଏହାକୁ ଗୋଟିଏ ପ୍ଲାଷ୍ଟିକ ଡ୍ରମରେ ଭର୍ତ୍ତି କରି ସିମେଣ୍ଟରେ ସିଲ କରି ଦେଇଥିଲେ।

Crime
ମୃତଦେହକୁ ଚିହ୍ନଟ କରିଥିଲେ ବାପା, ଜେଲରେ ୪ ଅଭିଯୁକ୍ତ: କିନ୍ତୁ ଏବେ ସମସ୍ତେ ଚକିତ!
୨୦୨୩ ସେପ୍ଟେମ୍ବର ମାସରରେ ଲଳିତା ଗାନ୍ଧି ସାଗର ଅଞ୍ଚଳରୁ ନିଖୋଜ ହୋଇଯାଇଥିଲେ। କିଛି ଦିନ ପରେ ଗୋଟିଏ ଟ୍ରକ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଥିଲା।

Crime
ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ଖଣ୍ଡଖଣ୍ଡ କରିବା ଘଟଣା: କଳା ଯାଦୁ, ଟଙ୍କା ଟ୍ରାନ୍ସଫର ଓ ପରକୀୟା ପ୍ରୀତି!
ଲଣ୍ଡନରେ କାମ କରୁଥିବା ସୌରଭ ଫେବୃଆରୀ ୨୪ରେ ନିଜର ୬ ବର୍ଷର ଝିଅର ଜନ୍ମ ଦିନ ପାଇଁ ଭାରତ ଆସିଥିଲେ। କିନ୍ତୁ ମାର୍ଚ୍ଚ ୪ରେ ତାଙ୍କୁ ହତ୍ୟା କରାଯାଇଥିଲା।