Advertisment

ଧରାପଡ଼ିଲେ ଟ୍ରାଫିକ ପୁଲିସ ଉପରେ ଗାଡ଼ି ଚଢ଼ାଇଥିବା ଡ୍ରାଇଭର

ସିସିଟିଭି ଆଧାରରେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଖୋଜି ବାଙ୍କୀ ଗୋପାଳପୁର ଅଞ୍ଚଳରୁ ପାଇଛି ନୟାପଲ୍ଲୀ ଥାନା ପୁଲିସ।

ଅଦ୍ୟତନ ହୋଇଛି
driver

driver

Advertisment

ଧରାପଡ଼ିଲେ ଭୁବନେଶ୍ୱରରେ ଜଣେ ଟ୍ରାଫିକ ପୁଲିସଙ୍କ ଉପରେ ଟ୍ରକ୍ ଚଢ଼ାଇ ଫେରାର ହୋଇଯାଇଥିବା ଡ୍ରାଇଭର। ବାଙ୍କୀ ଗୋପାଳପୁର ଅଞ୍ଚଳରୁ ତାଙ୍କୁ ନୟାପଲ୍ଲୀ ଥାନା ପୁଲିସ୍ ଧରିଥିବା ବେଳେ ଟ୍ରକ୍‌କୁ ଜବତ କରିଛି। 

Advertisment

ଗତ ୨୯ ତାରିଖ ରାତିରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ର ୯ ନମ୍ବର ଗେଟ୍ ସମ୍ମୁଖରେ ଏହି ଟ୍ରକ୍‌ଟି ଟ୍ରାଫିକ ପୁଲିସ କର୍ମଚାରୀ ମଧୁସୁଦନ କିର୍ସାନୀଙ୍କ ଉପରେ ଚଢ଼ି ଯାଇଥିଲା।

ମଧୁସୁଦନ ଡ୍ୟୁଟି ସାରି ଘରକୁ ଫେରୁଥିବାବେଳେ ଘଟିଥିଲା ଏହି ଦୁର୍ଘଟଣା। ଏହି ଦୁର୍ଘଟଣାରେ ମଧୁସୂଦନଙ୍କ ମୁଣ୍ଡଟି ନଷ୍ଟ ହୋଇଯାଇଥିଲା। 

Advertisment

କୌଣସି ଗାଡ଼ି ମଧୁସୂଦନଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ି ଯାଇଥିବା ଜଣାପଡ଼ିଥିଲା। ତେବେ କେଉଁ ଗାଡ଼ି ଏହି କାଣ୍ଡ ଘଟାଇଥିଲା, ତାହା ଜଣାପଡ଼ି ନଥିଲା। ସିସିଟିଭି ଆଧାରରେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଖୋଜି ଥିଲା ନୟାପଲ୍ଲୀ ଥାନା ପୁଲିସ୍। ଶେଷରେ ବାଙ୍କୀର ଗୋପାଳପୁର ଅଞ୍ଚଳରୁ ଟ୍ରକ୍‌ଟିକୁ ଜବତ କରିଛି ନୟାପଲ୍ଲୀ ଥାନା ପୁଲିସ। ତା’ ସହିତ ଟ୍ରକ୍ ଡ୍ରାଇଭରଙ୍କୁ ଧରିବାରେ ସଫଳ ହୋଇଛି। 

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe