Kaliapani Police Station
ଯାଜପୁର କାଳିଆପାଣି ଥାନା ଅଶୋକଝର ଗ୍ରାମରେ ସାନଭାଇର ତୀର ମାଡ଼ରେ ବଡ଼ଭାଇ ମୃତ। ଘଟଣାସ୍ଥଳରୁ ଅଭିଯୁକ୍ତ ସାନଭାଇ ଫେରାର। ଆଜି ଅପରାହ୍ନରେ ଏହି ଘଟଣା ଘଟିଛି। ମୃତକ ଜଣକ ଅଶୋକଝର ଗାଁର ବୁଲୁ ପ୍ରଧାନ।
Advertisment
ଅଶୋକଝର ଗାଁର ଦୁର୍ଲ୍ଲଭ ପ୍ରଧାନ ପାରିବାରିକ କଳହକୁ କେନ୍ଦ୍ରକରି ତାଙ୍କ ବଡ଼ଭାଇ ବୁଲୁ ପ୍ରଧାନଙ୍କୁ ତୀର ମାରିଥିଲେ। ତୀର ବୁଲୁଙ୍କ ଛାତିରେ ପଶି ଯାଇଥିଲା। ଘଟଣାସ୍ଥଳରେ ବୁଲୁ ଛଟପଟ ହୋଇ ପ୍ରାଣ ହରାଇଥିଲେ।
ଏହାକୁ ନେଇ ସ୍ଥାନୀୟ ଲୋକେ କାଳିଆପାଣି ପୁଲିସକୁ ଖବର ଦେଇଥିଲେ। ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଚଳାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
