Advertisment

ପାରିବାରିକ କଳହର ଉଗ୍ର ରୂପ; ସାନ ଶଢୁଙ୍କୁ ଗୁଳିକରି ହତ୍ୟା କଲା ବଡ଼ ଶଢୁ

ହତ୍ୟାକାଣ୍ଡ ପରେ ବଡ଼ ଶଢୁ ଦୀପକ କୁମାର ସିଂ ଫେରାର ହୋଇଯାଇଛି।

author-image
Tapaswini Nayak
Tension situation

Tension situation

ପାରିବାରିକ କଳହର କରୁଣ ପରିଣତି। ସାନ ଶଢୁଙ୍କୁ ଗୁଳିକରି ହତ୍ୟା କଲା ବଡ଼ ଶଢୁ। ଏପରି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ। ମୃତକ ହେଲେ ନରେନ୍ଦ୍ର ମଲ୍ଲିକ। ହତ୍ୟାକାଣ୍ଡ ପରେ ବଡ଼ଶଢୁଦୀପକକୁମାରସିଂ ଫେରାର ହୋଇଯାଇଛି। 

Advertisment

ଡେଲାଙ୍ଗ ବଜାରରେ ନରେନ୍ଦ୍ରଙ୍କର ସାଇକେଲ ମରାମତି ଦୋକାନ ରହିଛି। ଗତକାଲି ରାତିରେ ନରେନ୍ଦ୍ର ଦୋକାନ ବନ୍ଦ କରି ଘରକୁ ଫେରୁଥିଲା।  ଏହି ସମୟରେ ଲୁଣା ବ୍ରିଜ ନିକଟରେ ଦୀପକ ଓ ତାର ସହଯୋଗୀ ଛପି ରହିଥିଲେ। ନରେନ୍ଦ୍ର ଲୁଣା ବ୍ରିଜ ଦେଇ ଯିବା ବେଳେ ଦୀପକ ଓ ତାଙ୍କ ସହଯୋଗୀ ପ୍ରଥମେ ଲୁହା ରଡ୍‌ରେ ତାଙ୍କୁ ଆକ୍ରମଣ କରିଥିଲେ। ପରେ ଗୁଳି କରି ହତ୍ୟା କରିଥିଲେ। ନରେନ୍ଦ୍ର ବ୍ରିଜ ଉପରେ ରକ୍ତାକ୍ତ ଅବସ୍ଥା ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ତାଙ୍କୁ ପ୍ରଥମେ ଡେଲାଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଥିସହ ପରିବାର ଲୋକଙ୍କୁ ଖବର ଦେଇଥିଲେ। ନରେନ୍ଦ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତଦେହ ଡେଲାଙ୍ଗରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ନରେନ୍ଦ୍ରଙ୍କ ପରିବାରକୁ ସହାୟତା  ଦେବା ପାଇଁ ଦାବି କରିଥିଲେ। ମୃତଦେହକୁ ରାସ୍ତା ଉପରେ ରଖି ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ। ଫଳରେଡେଲାଙ୍ଗ-ଖୋର୍ଦ୍ଧା ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ପୁଲିସ ଓ ବିଧାୟକ ଆଶ୍ରିତ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନ କରିଥିଲେ। ଶେଷରେ ସହାୟତା ମିଳିବା ନେଇ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା । ହତ୍ୟାକାଣ୍ଡ ପଛରେ ପାରିବାରିକ ବିବାଦ ବୋଲି ସନ୍ଦେହ କରାଯାଉଛି। ଏହି ଘଟଣାରେ ଡେଲାଙ୍ଗ ପୁଲିସ ଜଣଙ୍କୁ ଅଟକ ରଖି ଖୋଳତାଡ଼ ଜାରି ରଖିଛି।

Advertisment
Puri Murder