Advertisment

ଏକାଠି ହେଲେ ପୀଡ଼ିତ ପରିବାର; ନ୍ୟାୟ ନମିଳିଲେ ଭୋଟ ବର୍ଜନ କରିବୁ

୪୮ ଘଣ୍ଟା ମଧ୍ୟରେ ଦାବି ପୂରଣ ନହେଲେ ନିଜ ନିର୍ବାଚନମଣ୍ଡଳୀରେ ଭୋଟ ବର୍ଜନ କରିବା ସହ ନିର୍ବାଚନକୁ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ପୀଡ଼ିତଙ୍କ ପରିବାର।

ଅଦ୍ୟତନ ହୋଇଛି
family

family

Advertisment

ବିଭିନ୍ନ ସମ୍ବେଦନଶୀଳ ଘଟଣାରେ ନ୍ୟାୟ ନମିଳିବାରୁ ଏକାଠି ହୋଇଛନ୍ତି ପୀଡ଼ିତଙ୍କ ପରିବାର। ଜଘନ୍ୟ ହତ୍ୟା, ଶିଶୁ ଅପହରଣ, ଶିଶୁ ଅଙ୍ଗତସ୍କରୀ, ଦୁଷ୍କର୍ମ ଭଳି ସମ୍ବେଦନଶୀଳ ଘଟଣାରେ ବର୍ଷ ବର୍ଷ ଧରି ନ୍ୟାୟ ପାଇଁ ବଞ୍ଚିତ ପରିବାର ଏକତ୍ର ହୋଇଛନ୍ତି। ପରେ ସେମାନେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

Advertisment

ଓଡ଼ିଶାରେ ଦୀର୍ଘ ୨୫ ବର୍ଷ ହେଲା ବିଜେଡି ସରକାର ଚାଲିଛି। ହେଲେ ପୀଡ଼ିତଙ୍କ ପରିବାରକୁ ନ୍ୟାୟ ଦେଉନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏପରିକି ଘଟଣାର ସିବିଆଇ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଉନାହାନ୍ତି। ରାଜ୍ୟରେ ନିର୍ବାଚନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ପୀଡ଼ିତଙ୍କୁ ନ୍ୟାୟ ଦେଉନାହାନ୍ତି। ବର୍ଷ ବର୍ଷ ଧରି ପୀଡ଼ିତମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ପୀଡ଼ିତଙ୍କ କୌଣସି ଦାବି ଶୁଣୁ ନାହାନ୍ତି ସରକାର। ଏନେଇ ପୀଡ଼ିତ ପରିବାର ଅଭିଯୋଗ କରିଛନ୍ତି।

୪୮ ଘଣ୍ଟା ମଧ୍ୟରେ ଦାବି ପୂରଣ ନହେଲେ ନିଜ ନିର୍ବାଚନମଣ୍ଡଳୀରେ ଭୋଟ ବର୍ଜନ କରିବା ସହ ନିର୍ବାଚନକୁ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ପୀଡ଼ିତଙ୍କ ପରିବାର।

Advertisment
Pari Murder Case Pihu Missing Case Missing Child
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe