Advertisment

ପୁଅ ଦ୍ୱିତୀୟ ବିବାହ କରୁଥିବା ବେଳେ ପହଞ୍ଚିଗଲେ ବାପା; ଟାଣି ଟାଣି ଥାନାକୁ ନେଲେ

ପୁଲିସ ଅଜୟଙ୍କୁ ଅଟକ ରଖି ପଚରାଉଚରା କରୁଛି।

author-image
Tapaswini Nayak
Basudebpur

Basudebpur

ଗୋଟିଏରେ ବୁଝିନଥିଲା ମନ। ଘରେ ସ୍ତ୍ରୀ ଓ ୮ବର୍ଷର ପୁଅ ଥାଉ ଥାଉ ଅନ୍ୟ ଜଣେ ମହିଳାଙ୍କୁ କୋର୍ଟରେ ଦ୍ୱିତୀୟ ବିବାହ କରୁଥିଲେ ବ୍ୟକ୍ତି। ଏହି କଥା ସଂପୃକ୍ତ ବ୍ୟକ୍ତିଙ୍କ ବାପା ଜାଣିପାରିଥିଲେ। ପରେ କୋର୍ଟରେ ପହଞ୍ଚି ପୁଅକୁ ଟାଣି ଟାଣି ଆଣି ପୁଲିସ ଜିମାରେ ଦେଇଥିଲେ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ।

Advertisment

ଅଭିଯୋଗ ଅନୁସାରେ, ଏଡ଼ତାଳ ଗାଁର ବିଷ୍ଣୁମୋହନଙ୍କ ଜେନାଙ୍କ ପୁଅ ଅଜୟ ୧୦ ବର୍ଷ ତଳେ ତୁଳସୀ ଜେନାଙ୍କୁ ବିବାହ କରିଥିଲେ। ସେମାନଙ୍କର ଏକ ୮ ବର୍ଷର ପୁଅ ବି ଅଛି। ଏସବୁ ସତ୍ତ୍ୱେ ଅଜୟ ଆଉ ଜଣେ ମହିଳାଙ୍କୁ କୋର୍ଟ ବିବାହ କରିବାକୁ ଯାଇଥିଲେ। ଅଜୟଙ୍କ ବାପା ବିଷ୍ଣୁମୋହନ ବୋହୂ ଓ ନାତିଙ୍କ ସହ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଏହି କଥା ବିଷ୍ଣୁମୋହନ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ। ପରେ ବିଷ୍ଣୁମୋହନ ନାତି ଓ ବୋହୂକୁ ଘରେ ଛାଡ଼ି କୋର୍ଟରେ ପହଞ୍ଚିଥିଲେ। ପୁଅକୁ ହାତ ଧରି ଘୋଷାଡି ଘୋଷାଡି ଥାନାକୁ ଆଣି ପୁଲିସ ଜିମାରେ ଦେଇଥିଲେ। ଅଜୟଙ୍କ ସହ ସଂପୃକ୍ତ  ମହିଳା ଜଣଙ୍କ ମଧ୍ୟ ଥାନାକୁ ଆସିଥିଲେ।

ପୁଲିସ ଅଜୟଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଏନେଇ ଅଜୟ କିମ୍ବା ପୁଲିସର ପ୍ରତିକ୍ରିୟା ମଳିନାହିଁ।

Advertisment
Bhadrak