Advertisment

ଝିଅର ତଣ୍ଟି ଚିପି ମାରିଦେଲା ବାପା!

ଘର ଭିତରେ ପଡ଼ିଥିଲା ଝିଅର ମୃତଦେହ।

murder

Murder

Advertisment

ନିଜ ରକ୍ତର ସମ୍ପର୍କକୁ ପର କରିଦେଲା ବାପା। ଅତି ବୀଭତ୍ସ ଭାବେ ନିଜ ଝିଅର ତଣ୍ଟି ଚିପି ମାରିଦେଲା ବାପା! ଏପରି ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ଆଲପୁର ଓଡ଼ିଆରପି କଲୋନୀରେ ରହୁଥିଲେ ଗୋପାଳ ବେହେରାଙ୍କ ପରିବାର। ପରିବାର କହିଲେ ପତ୍ନୀ, ୯ ବର୍ଷର ଝିଅ ଓ ୫ ବର୍ଷର ପୁଅ। ଗୋପାଳ ଓ ତାଙ୍କ ସ୍ତ୍ରୀ ଦିନ ମଜୁରିଆ ଭାବେ କାମ କରନ୍ତି। ଯାହା ରୋଜଗାର କରନ୍ତି, ସେଥିରେ ଚଳେ ପୂରା ପରିବାର। ସବୁଦିନ ପରି ଆଜି ସକାଳରେ ଗୋପାଳଙ୍କ ସ୍ତ୍ରୀ ରୋଷେଇ କରୁଥିଲେ। ପୂରା ପରିବାର ସାଙ୍ଗରେ ଖାଇଥିଲେ।

ଗୋପାଳ ଓ ପୁଅ ଝିଅଙ୍କୁ ଘରେ ଛାଡ଼ି କାମ କରିବା ପାଇଁ ଯାଇଥିଲେ ପତ୍ନୀ। ସେତେବେଳେ ଘରେ ସବୁ କିଛି ଠିକ୍‌ ଠାକ୍‌ ଥିଲା। ମଧ୍ୟାହ୍ନରେ ଆସିଲା ଦୁଃଖଦ ଖବର। ଘର ଭିତରେ ପଡ଼ିଥିଲା ଝିଅର ମୃତଦେହ। ଆଉ ସେଇ ସମୟରେ ଘରେ ନଥିଲେ ଗୋପାଳ। ଝିଅର ମୃତ୍ୟୁ ସମ୍ପର୍କରେ ଗୋପାଳଙ୍କ ପୁଅଠାରୁ ଖବର ପାଇ ଧାଇଁ ଯାଇଥିଲେ ସାହି ପଡ଼ିଶା। ସେତେବେଳେ ବିଛଣାରେ ପଡ଼ିଥିଲା ୯ ବର୍ଷ ଝିଅର ମୃତଦେହ। ସମସ୍ତେ ହତବାଗ ହୋଇଯାଇଥିଲେ।

Advertisment

ପଡ଼ୋଶୀ ଏନେଇ ଗୋପାଳଙ୍କ ପତ୍ନୀ ଓ ଥାନାକୁ ଖବର ଦେଇଥିଲେ। ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘରେ ଥିବା ଗୋପାଳଙ୍କ ୫ ବର୍ଷର ପୁଅକୁ ପଚାରା ଉଚରା କରିଥିଲା। ଆଉ ତାପରେ ସବୁ କଥା ଗଳଗଳ ହୋଇ କହି ପକାଇଥିଲା କୁନି ପୁଅ। ବାପା ତଣ୍ଟିଚିପି ମାରିଥିବା ସେ ପୁଲିସ ପାଖରେ କହିଥିଲା। ଏହା ପରେ ପୁଲିସ ଗାଁରେ ଚକ୍କର କାଟୁଥିବା ଗୋପାଳକୁ ଅଟକ ରଖି ପଚରା ଉଚରା କରୁଛି। ତେବେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ।

ରିପୋର୍ଟ – ଖଲ୍ଲିକୋଟରୁ ଶିଲୁ ବିଶ୍ୱାଳ

Murder Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe