Advertisment

ଦ୍ୱିତୀୟ ସ୍ତ୍ରୀଙ୍କ ଆକ୍ରମଣରେ ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ

ମାଧୁରୀ ରାଗିଯାଇ ବାରୁଣୀଙ୍କ ମୁଣ୍ଡକୁ ଏକ ଷ୍ଟିଲ ବାଲଟିରେ ଜୋରରେ ପିଟି ଦେଇଥିଲେ।

ଅଦ୍ୟତନ ହୋଇଛି
Police

Police

Advertisment

ଜଣେ ବ୍ୟକ୍ତିଙ୍କର ଦ୍ୱିତୀୟ ସ୍ତ୍ରୀଙ୍କ ଆକ୍ରମଣରେ ତାଙ୍କର ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଜାମଗାଁରେ। ମୃତ ମହିଳାଙ୍କ ନାଁ ବାରୁଣୀ ଜଗତ। 

Advertisment

ଜାମଗାଁର ହେରମ୍ୱ ଜଗତ ଦୁଇ ଜଣଙ୍କୁ ବିବାହ କରିଥିଲେ। ତାଙ୍କ ପ୍ରଥମ ସ୍ତ୍ରୀଙ୍କ ନାଁ ବାରୁଣୀ ଜଗତ ଓ ଦ୍ୱିତୀୟ ସ୍ତ୍ରୀଙ୍କ ନାଁ ମାଧୁରୀ ଜଗତ। ବାରୁଣୀ ଓ ମାଧୁରୀଙ୍କ ମଧ୍ୟରେ ପ୍ରାୟତଃ କଳିଝଗଡ଼ା ଲାଗି ରହୁଥିଲା।

ଗତ ୫ ତାରିଖ ଦିନ କୌଣସି କଥାକୁ ନେଇ ବାରୁଣୀ ଓ ମାଧୁରୀଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ନେଇଥିଲା। ଏହି ସମୟରେ ମାଧୁରୀ ଏକ ଷ୍ଟିଲ୍ ବାଲ୍‌ଟିରେ ବାରୁଣୀଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଗୁରୁତର ବାରୁଣୀଙ୍କୁ ତାଙ୍କ ସ୍ୱାମୀ ହେରମ୍ବ ସ୍ଥାନୀୟ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଚିକିତ୍ସିତ ହୋଇ ସେହିଦିନ ବାରୁଣୀ ଘରକୁ ଫେରି ଆସିଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଘରେ ତାଙ୍କର ମୃତ୍ୟୁ ଘଟିଥିଲା। 

Advertisment

ବାରୁଣୀଙ୍କ ମୃତ୍ୟୁ ପରେ ତାଙ୍କ ବାପ ଘର ଲୋକେ ବୋଡ଼େନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗ ଆଧାରରେ ପୁଲିସ୍  ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବାରୁଣୀଙ୍କ ସ୍ୱାମୀ ହେରମ୍ୱ ଓ ମାଧୁରୀ ଦେଇଙ୍କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା କରୁଛି। 

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe