Advertisment

ଶିକାରୀଙ୍କୁ ଧରିଲେ ଗ୍ରାମବାସୀ, ଗିରଫ କଲା ବନବିଭାଗ

ଶିକାରୀଙ୍କୁ ଧରି ବନ ବିଭାଗକୁ ଖବର ଦେଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରା ଯିବ।

author-image
Biswajit Samal
ଅଦ୍ୟତନ ହୋଇଛି
Similipal

Similipal

ଶିମିଳିପାଳ ଅଭୟାରଣ୍ୟକୁ ଅବାଧରେ ଶିକାର ପାଇଁ ପଶିଥିବା ଦୁଇ ଶିକାରୀଙ୍କୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ଗ୍ରାମବାସୀ। ସେମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ ସହ ଶିକାର ସରଞ୍ଜାମ ଜବତ୍ କରା ଯାଇଛି।

Advertisment

ଶିମିଳିପାଳ ଅଭୟାରଣ୍ୟକୁ ଲାଗିଥିବା ବିଭିନ୍ନ ଗ୍ରାମରେ ଲୋକମାନଙ୍କୁ ସଚେତନତା କରା ଯାଇଥିବା ବେଳେ ଗ୍ରାମବାସୀ ମଧ୍ୟ ସଚେତନ ହୋଇ ପ୍ରଥମ ଥର ପାଇଁ ଶିକାରୀଙ୍କୁ ଅଟକ ରଖି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଯାହାକି ଶିମିଳିପାଳକୁ ସୁରକ୍ଷା ପାଇଁ ଏକ ଶୁଭ ସଙ୍କେତ ବୋଲି ସମ୍ରାଟ ଗୌଡ଼ା କହିଛନ୍ତି।

ଆଗକୁ ପଣା ସଂକ୍ରାନ୍ତି ଥିବା ବେଳେ ପୂର୍ବରୁ ଅଖଣ୍ଡ ଶିକାର ନାମରେ ଶହ ଶହ ଶିକାରୀ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରି ମନଇଛା ଶିକାର କରି ଥାଆନ୍ତି। ସଂକ୍ରାନ୍ତି ପୁର୍ବରୁ ଶିକାରୀ ମୁକ୍ତ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆ ଯାଉଛି। ଶିକାରୀଙ୍କୁ ଧରି ବନ ବିଭାଗକୁ ଖବର ଦେଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରା ଯିବ।

Advertisment

ଶିମିଳିପାଳକୁ ଶିକାରୀ ମୁକ୍ତ କରିବା ପାଇଁ ଶିମିଳିପାଳ ଅଭୟାରଣ୍ୟ ରେ ବନ କର୍ମଚାରୀଙ୍କ ସହ ଏସ୍‌ଟିଏଫ ଓ ପୁଲିସ ମୃତୟନ କରା ଯାଇଛି। ଶିମିଳିପାଳ ଅଭୟାରଣ୍ୟରେ ଗତ ଦୁଇ ବର୍ଷ ମଧ୍ୟରେ ଉଭୟ ପୁଲିସ ଓ ବନ ବିଭାଗ ଛଅ ଶହ ରୁ ଅଧିକ ଦେଶୀ ବନ୍ଧୁକ ଜବତ କରାଯାଇଥିବା ସହ ୪୮ ଜଣ ଶିକାରୀଙ୍କୁ ଗିରଫ କରା ଯାଇଛି ବୋଲି ଉପ ନିର୍ଦ୍ଦେଶକ ସମ୍ରାଟ ଗୈଡ଼ା ସୂଚନା ଦେଇଛନ୍ତି।

Similipal National Park