Advertisment

ବାରହା ଶିକାର କରିବା ପାଇଁ ଚାଲିଥିଲା ପ୍ରସ୍ତୁତି; ୩ ଶିକାରୀଙ୍କୁ ମାଡ଼ି ବସିଲା ବନ ବିଭାଗ

ବାରହା ଶିକାର ପାଇଁ ରଖା ଯାଇଥିବା ବିଦ୍ୟୁତ୍ ତାର ଓ ହାତ ତିଆରି ଦେଶୀ ବନ୍ଧୁକକୁ ବନ ବିଭାଗ କର୍ମଚାରୀ ମାନେ ଜବତ କରିଥିଲେ।

ଅଦ୍ୟତନ ହୋଇଛି
Arrested

Arrested

Advertisment

ଜଙ୍ଗଲରେ ବାରହା ଶିକାର କରିବା ପାଇଁ ଚାଲିଥିଲା ପ୍ରସ୍ତୁତି। ଘଟଣାସ୍ଥଳରେ ପହଞ୍ଚି ଶିକାରୀଙ୍କୁ ମାଡ଼ି ବସିଲା ବନ ବିଭାଗ। ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ମନମୁଣ୍ଡା ରେଞ୍ଜ ଅଧୀନ ଡମରଗାଡ଼ ଜଙ୍ଗଲରେ। ବନ ବିଭାଗ ୩ ଜଣ ଶିକାରୀଙ୍କୁ ଅଟକ ରଖିଛି।

Advertisment

ସୂଚନା ଅନୁସାରେ, ଗତକାଲି ରାତିରେ ଡମରଗାଡ଼ ଜଙ୍ଗଲରେ ଶିକାରୀମାନେ ବିଦ୍ୟୁତ ତାର ବିଛାଇ ବାରହା ଶିକାର କରିବା ପାଇଁ ପ୍ରସ୍ତୁତି କରୁଥିଲେ। ବନ ବିଭାଗ ଏନେଇ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ବନ ବିଭାଗ ଶିକାରୀଙ୍କୁ ଧରିବା ପାଇଁ ଯୋଜନା କରିଥିଲା। ଶିକାରୀମାନେ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଉ ଥିବା ବେଳେ ଘଟଣାରସ୍ଥଳରେ ପହଞ୍ଚି ଯାଇଥିଲା ବନ ବିଭାଗ ଟିମ୍। ୩ ଜଣ ଶିକାରୀଙ୍କୁ  କାବୁ କରିଥିଲା।

ଏହାସହ ବାରହା ଶିକାର ପାଇଁ ରଖା ଯାଇଥିବା ବିଦ୍ୟୁତ୍ ତାର ଓ ହାତ ତିଆରି ଦେଶୀ ବନ୍ଧୁକକୁ ବନ ବିଭାଗ କର୍ମଚାରୀ ମାନେ ଜବତ କରିଥିଲେ। ରୁ ୩ଜଣ ଶିକାରୀଙ୍କୁ ବନ ବିଭାଗ ଅଧିକାରୀମାନେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛନ୍ତି।ଏହି ଘଟଣାରେ ଆଉ କେଉଁ ସଂପୃକ୍ତ ଅଛନ୍ତି ତାର ଖୋଳତାଡ଼ କରୁଛନ୍ତି। 

Advertisment
Sonepur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe