Advertisment

ଡଙ୍ଗା କାଢିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳିକା

ନାବାଳିକା ଜଣକ ଆଜି କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ଭସା ଯାଇଥିବା ଡଙ୍ଗାକୁ କାଢ଼ିବାକୁ ପୋଖରୀ ଭିତରକୁ ଚାଲି ଯାଇଥିଲେl ତେଣୁ ସେହି ପୋଖରୀ ଭିତରେ ନାବାଳିକା ଜଣକ ବୁଡ଼ି ଯାଇଥିଲେl

author-image
Biswajit Samal
ଅଦ୍ୟତନ ହୋଇଛି
Bhadrak

Bhadrak

ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ପଣୁଆ ଗାଁରେ ଅଭାବନୀୟ ଘଟଣା। ପୋଖରୀକୁ ଡଙ୍ଗା କାଢିବାକୁ ଯାଇ ବୁଡ଼ିଯାଇଛନ୍ତି ଜଣେ ନାବାଳିକା। ନାବାଳିକା ଜଣଙ୍କ ହେଉଛନ୍ତି ରତ୍ନାକର ମହାଳିକଙ୍କ ଝିଅ ୧୩ ବୟସ ଝାନ୍ସିରାଣୀ ମହାଳିକ। ତେବେ ନାବାଳିକା ଜଣକ ଆଜି କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ଭସା ଯାଇଥିବା ଡଙ୍ଗାକୁ କାଢ଼ିବାକୁ ପୋଖରୀ ଭିତରକୁ ଚାଲି ଯାଇଥିଲେ। ତେଣୁ ସେହି ପୋଖରୀ ଭିତରେ ନାବାଳିକା ଜଣକ ବୁଡ଼ି ଯାଇଥିଲେ। 

Advertisment

କିଛି ସମୟ ଖୋଜାଖୋଜି ପରେ ସ୍ଥାନୀୟ ଲୋକେ ତାଙ୍କୁ ପୋଖରୀରୁ ଉଦ୍ଧାର କରି ଅନନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ନାବାଳିକାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ‍ବୋଲି ଘୋଷଣା କରିଥିଲେ। ତେଣୁ ସୋର ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାକୁ ନେଇ ବାସୁଦେବପୁର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ରିପୋର୍ଟ- ଶୋରରୁ ନିରଞ୍ଜନ ବେହେରା

Accident