Advertisment

ଓଡ଼ିଶାରେ ବୌଦ୍ଧ ଡିଷ୍ଟିଲେରୀର ପୃଷ୍ଠପୋଷକ କିଏ: ଉତ୍ପାଦନରୁ ରିଟେଲ୍ ସବୁ ଜାଣୁଥିଲେ ସରକାର

ଝାଡ଼ଖଣ୍ଡର ସାହୁ ଫ୍ୟାମିଲି ମାଲିକାନାରେ ଥିବା ବୌଦ୍ଧ ଡିଷ୍ଟିଲେରୀ ଓ ଅନ୍ୟାନ୍ୟ କମ୍ପାନୀ ଉପରେ ଆୟକର ଚଢ଼ଉରୁ ଆଖି ଖୋସି ହୋଇଯିବା ଭଳି ନଗଦ ଟଙ୍କା ମିଳିଛି।

Jharkhand

Jharkhand

Advertisment

ଝାଡ଼ଖଣ୍ଡର ସାହୁ ଫ୍ୟାମିଲି ମାଲିକାନାରେ ଥିବା ବୌଦ୍ଧ ଡିଷ୍ଟିଲେରୀ ଓ ଅନ୍ୟାନ୍ୟ କମ୍ପାନୀ ଉପରେ ଆୟକର ଚଢ଼ଉରୁ ଆଖି ଖୋସି ହୋଇଯିବା ଭଳି ନଗଦ ଟଙ୍କା ମିଳିଛି। ବଲାଙ୍ଗିରର ସୁଦପଡ଼ା ଦେଶୀ ମଦ ଭାଟିରୁ ପ୍ରାୟ ନଗଦ ୨୦୦କୋଟି ଟଙ୍କା ଆୟକର ବିଭାଗ ଜବତ କରିଥିବା କୁହାଯାଉଛି । ଆଜି ମଧ୍ୟ ଆଉ ୫୦ରୁ ୬୦କୋଟି ଟଙ୍କା ଜବତ ହୋଇଛି । ତେବେ ଓଡ଼ିଶାରେ ଗ୍ରେନ୍ ବେସଡ୍ (ଶସ୍ୟ ଆଧାରିତ) ମଦ ପ୍ରସ୍ତୁତ କରୁଥିବା ଏକମାତ୍ର କମ୍ପାନୀ ବୌଦ୍ଧ ଡିଷ୍ଟିଲେରୀ କିଭଳି ଏତେ କମ୍ ସମୟ ମଧ୍ୟରେ କୋଟି କୋଟି ଟଙ୍କା ଠୁଳ କରିଛି ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ମଦ ଉତ୍ପାଦନଠୁ ଆରମ୍ଭ କରି, ଡିଷ୍ଟ୍ରିବ୍ୟୁସନ ଓ ରିଟେଲ୍ କାରବାରର ସବୁକିଛିର ନିୟନ୍ତ୍ରଣ ରାଜ୍ୟ ସରକାରଙ୍କ ପାଖରେ ଥିବାବେଳେ ବୌଦ୍ଧ ଡିଷ୍ଟିଲେରୀର ସୁଦପଡ଼ା ଭାଟିରୁ କିଭଳି ଏତେ ନଗଦ ଜବତ ହେଲା, ଆଉ ତା’ର ଖବର ରାଜ୍ୟ ସରକାରଙ୍କୁ ମିଳିଲାନି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Advertisment

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ହାୱାଲା କାରବାର ନିମନ୍ତେ ଏସବୁ କଳାଟଙ୍କା ଠୁଳ କରାଯାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।
ସୂଚନା ଅନୁସାରେ, ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ପରିବାରର ମାଲିକାନାରେ ଥିବା ବୌଦ୍ଧ ଡିଷ୍ଟିଲେରୀ କମ୍ପାନୀ ସମେତ ଅନ୍ୟ କମ୍ପାନୀଗୁଡ଼ିକ ଉପରେ କ୍ରମାଗତ ଦ୍ୱିତୀୟ ଦିନ ଆୟକର ଚଢ଼ଉ ଜାରି ରହିଛି । ଆୟକର ଟିମ୍ ଓଡ଼ିଶାର ପ୍ରାୟ ୨୦ଟି ସ୍ଥାନ ସମେତ କୋଲକାତା ଓ ଝାଡ଼ଖଣ୍ଡର ୨ଟି ଲେଖାଏଁ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି । ବୌଦ୍ଧ ଡିଷ୍ଟିଲେରୀର ସୁଦପଡ଼ା ଦେଶୀ ମଦ ଭାଟିରେ ଥିବା ଦୁଇଟି ଆଲମାରୀରୁ ନଗଦ ୨୦୦କୋଟି ଟଙ୍କା ମିଳିଥିବାର ଜଣାପଡ଼ିଛି।

ସିଆଇଏସଏଫ୍ ଓ ରାଜ୍ୟ ପୁଲିସର ଉପସ୍ଥିତିରେ ଆୟକର ବିଭାଗର ଅଧିକାରୀମାନେ ଏସବୁ ଟଙ୍କାକୁ ଟ୍ରକ ଯୋଗେ ବଲାଙ୍ଗିର ଷ୍ଟେଟ୍ ବ୍ୟାଙ୍କକୁ ଆଣି କଡ଼ା ସୁରକ୍ଷା ମଧ୍ୟରେ ଗଣତି କରୁଛନ୍ତି । ଏହି ଟଙ୍କାର ସଠିକ୍ ପରିମାଣ ଜାଣିବାକୁ ଆଉ ୩-୪ଦିନ ସମୟ ଲାଗିବ ବୋଲି ଆୟକର ବିଭାଗ ସୂତ୍ରରୁ ସୂଚନା ମିଳିଛି ।

Advertisment

ଅନ୍ୟପକ୍ଷରେ, ଖୋଳତାଡ଼ରୁ ଜଣାପଡ଼ିଛି ଯେ, ମଦ ବ୍ୟବସାୟରେ ଦୀର୍ଘ ୭ଦଶନ୍ଧି ଧରି ରହିଥିବା ଝାଡ଼ଖଣ୍ଡର ସାହୁ ପରିବାର ୨୦୧୮ ମସିହା ଜୁନ୍ ମାସରୁ ଓଡ଼ିଶାର ବୌଦ୍ଧ ଜିଲ୍ଲାର ହରଭଙ୍ଗା ତହସିଲ ଅଂଚଳରେ ପ୍ରାୟ ୩୫.୫୮ଏକର ଜମିରେ ଗ୍ରେନ୍ ବେସଡ୍ ମଦ ପ୍ରସ୍ତୁତକାରୀ କମ୍ପାନୀ ସ୍ଥାପନ କରି ଉତ୍ପାଦନ ଆରମ୍ଭ କରିଛି । ଏଥିପାଇଁ ଓଡ଼ିଶା ସରକାରଙ୍କଠୁ ୨୦୧୭ ଜାନୁୟାରୀରେ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ମଧ୍ୟ କମ୍ପାନୀକୁ ମିଳିଥିଲା । ୯୧କୋଟି ଟଙ୍କା ବ୍ୟୟରେ ଦୈନିକ ୧.୨୦ ଲକ୍ଷ ଲିଟର ମଦ ପ୍ରସ୍ତୁତ ଓ ୫ ମେଗାୱାଟ ପାୱାର ପ୍ଲାଣ୍ଟ ନିର୍ମାଣ କରିବା ନିମନ୍ତେ ଅନୁମତି ପାଇଥିଲା । ତେବେ ମାତ୍ର ଖୁବ୍ କମ ଅବଧି ମଧ୍ୟରେ କମ୍ପାନୀ ରାଜ୍ୟର ୫୦ଟି ସ୍ଥାନରେ ଦେଶୀ ମିନି ମଦ ଭାଟି ସ୍ଥାପନ କରିବାରେ ସକ୍ଷମ ହୋଇଥିଲା । ମହୁଆ ଫୁଲରୁ ମଦ ତିଆରି କରି ରାଜ୍ୟରେ ଏହାକୁ ବିକ୍ରି କରିବା କାର୍ଯ୍ୟରେ ବୌଦ୍ଧ ଡିଷ୍ଟିଲେରୀ ରହିଛି ।

ଏହାବ୍ୟତୀତ କ୍ୱାଲିଟି ବଟଲର ନାମକ ଅନ୍ୟ ଏକ କମ୍ପାନୀ ଖୋଲି ଏହି ସାହୁ ଫ୍ୟାମିଲି ଓଡ଼ିଶାରେ ଓଲଡ ମଙ୍କ, ଡାର୍କ ନାଇଟ୍ ମାଚ୍ୟୁଏଡ୍ ରମ୍ , ଡିକେ ହ୍ୱିସ୍କି, ହାଇଫ୍ଲାଏର ଡଷ୍ଟର୍ସ ବ୍ରାଣ୍ଡି, ଲେମି ଲେମନ ରମ୍ ଓ ଅନ୍ୟ ବ୍ରାଣ୍ଡର ରମ୍ ସହ ହ୍ୱିସ୍କି ଓ ବ୍ରାଣ୍ଡିଂ ବଟଲିଂ କରି ସମଗ୍ର ଓଡ଼ିଶାରେ ଯୋଗାଣ କରୁଛି । ଏହାସହିତ ରାଜ୍ୟ ବାହାରକୁ ମଧ୍ୟ ଏସବୁ ମଦ ରପ୍ତାନୀ କରିବା ଲାଇସେନ୍ସ କମ୍ପାନୀ ପାଖରେ ଅଛି ।
ସେହିପରି କିଶୋର ପ୍ରସାଦ ବିଜୟ ପ୍ରସାଦ ବେଭେରେଜ୍ କମ୍ପାନୀ ନାଁରେ ଏହି ପରିବାର ଇଣ୍ଡିଆମେଡ୍ ବିଦେଶୀ ମଦ ଡିଷ୍ଟ୍ରିବ୍ୟୁଟର ଅଛି । ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ କମ୍ପାନୀର କାରବାର ରହିଛି ।

ଏହି ଉପରୋକ୍ତ ୩ଟି କମ୍ପାନୀର କର୍ପୋରେଟ ଅଫିସ୍ ରାଜଧାନୀ ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ପଳାସପଲ୍ଲୀ ଅଂଚଳରେ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିବାସଠୁ ମାତ୍ର ଅଳ୍ପ ଦୂରରେ ରହିଥିବା ଏହି କମ୍ପାନୀର ମାଲିକାନାରେ ଥିବା ବାଲଦେଓ ସାହୁ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟ ବଲାଙ୍ଗିରରେ କାର୍ଯ୍ୟ କରୁଛି । ଏହି କମ୍ପାନୀ(ବୌଦ୍ଧ ଡିଷ୍ଟିଲେରୀ) ଏବେ ଓଡ଼ିଶାର ସବୁଠୁ ବଡ଼ ମଦ ନିର୍ମାତା ।
ତେବେ ପ୍ରଶ୍ନ ଉଠୁଛି, କଂଗ୍ରେସ ସାଂସଦ ଶ୍ରୀ ସାହୁଙ୍କ ପରିବାର ନିଜ ରାଜ୍ୟ ଝାଡ଼ଖଣ୍ଡ ଛାଡ଼ି ଓଡ଼ିଶାରେ କାହା ପୃଷ୍ଠପୋଷକତାରେ ନିଜର ମଦ ବ୍ୟବସାୟର ସାମ୍ରାଜ୍ୟ ବୃଦ୍ଧି କରିଛନ୍ତି । ତା’ପୁଣି ଏତେ କମ୍ ଦିନରେ । ରାଜ୍ୟ ସରକାରଙ୍କ ଦ୍ୱାରା ନିୟମିତ ଭାବେ ମଦ ଉତ୍ପାଦନଠୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ସବୁକିଛି ତଦାରଖ କରାଯାଉଥିବା ଓ ମଦ ଭାଟିଗୁଡ଼ିକର ନିୟମିତ ତଦାରଖ ହେଉଥିଲେ ମଧ୍ୟ ଆୟକର ବିଭାଗ କିପରି ବିପୁଳ ପରିମାଣର ନଗଦ ଅର୍ଥ ପାଇଲା ତାହା ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏହି ନଗଦ ପରିମାଣକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ଖୋଲାଖୋଲି ଭାବେ ଶାସକ ବିଜେଡି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଅବଶ୍ୟ ଶାସକ ବିଜେଡି ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ମୁହଁ ଖୋଲିନି କିନ୍ତୁ ଯେଉଁ ଢଙ୍ଗରେ ବୌଦ୍ଧ ଡିଷ୍ଟିଲେରୀ ମାତ୍ର କମ୍ ଦିନ ମଧ୍ୟରେ ନିଜର ବ୍ୟବସାୟିକ ମଦ କାରବାର ସାମ୍ପ୍ରାଜ୍ୟକୁ ବଢ଼ାଇଛି ତାହା ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତା ବିନା ସମ୍ଭବପର ନୁହେଁ ବୋଲି ଚର୍ଚ୍ଚା ହେଉଛି । ସମ୍ଭବତଃ ଆଗାମୀ ସାଧାରଣ ନିର୍ବାଚନକୁ ଆଖିରେ ରଖି ଏହି ଟଙ୍କା ସମ୍ପୃକ୍ତ କମ୍ପାନୀ ପାଖରେ ଠୁଳ କରାଯାଇଥିବା ସନ୍ଦେହ କରାଯାଉଛି । କଂଗ୍ରେସର ରାଜ୍ୟସଭା ସାଂସଦ ଶ୍ରୀ ସାହୁଙ୍କ ସହ ଓଡ଼ିଶାର କେଉଁ ବିଜେଡି ନେତାଙ୍କ ଘନିଷ୍ଠ ସମ୍ପର୍କ ରହିଛି ତା’ର ଖୋଳତାଡ଼ ହେବା ଜରୁରୀ ବୋଲି ସାଧାରଣରେ ଦାବି ହେଉଛି ।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe