Advertisment

ତେନ୍ତୁଳିଖୁଣ୍ଟି ଥାନା ଏଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗତ ସୋମବାର ନବରଙ୍ଗପୁର ଯାଇ ଆଉ ଫେରି ନଥିଲେ।

ASI

ASI

Advertisment

ତିନି ଦିନ ହେଲା ନିଖୋଜ ଥିବା ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ASI ରେଣୁପ୍ରସାଦ ପ୍ରଧାନଙ୍କ ଝୁଲନ୍ତା ମୃତଦେହକୁ ଆଜି ସନ୍ଧ୍ୟାରେ ଉଦ୍ଧାର କରାଯାଇଛି। ତେନ୍ତୁଳିଖୁଣ୍ଟି ଥାନା ମଙ୍ଗରଦୋରା ନିକଟସ୍ଥ ରାଇସିଂ ଯୋଡ଼ି ନାଳ ନିକଟରେ ଥିବା ଏକ ଗଛରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଆସନ୍ତାକାଲି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ।

Advertisment

ଗତ ସୋମବାର ASI ରେଣୁପ୍ରସାଦ ପ୍ରଧାନ କୌଣସି କାର୍ଯ୍ୟରେ ନବରଙ୍ଗପୁର ଯାଇଥିଲେ। ଏହା ପରଠୁ ସେ ଆଉ ଘରକୁ ଫେରି ନଥିଲେ। ଆଉ ଆଜି ତାଙ୍କ ଝୁଲନ୍ତା ମୃତଦେହ ମିଳିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ଜଣାପଡ଼ୁଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି।

ASI ରେଣୁପ୍ରସାଦ ପ୍ରଧାନଙ୍କ ଘର ପାପଡ଼ାହାଣ୍ଡି ଥାନା ତୁମ୍ବର୍ଲା ଗ୍ରାମରେ ହୋଇଥିବା ବେଳେ ସେ ତେନ୍ତୁଳିଖୁଣ୍ଟି ପୁଲିସ କଲୋନୀରେ ନିଜ ପରିବାର ସହ ରହୁଥିଲେ। ଖବର ପାଇ ତାଙ୍କର ଦୁଇ ପୁଅ ଓ ଭାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶବ ବ୍ୟବଚ୍ଛେଦ ହୋଇନଥିବାରୁ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଇନାହିଁ।

Advertisment

ସୂଚନାଯୋଗ୍ୟ, ଆଉ ୨ ମାସ ପରେ ଚାକିରିରୁ ଅବସର ନେଇଥା’ନ୍ତେ ଏଏସ୍‌ଆଇ ରେଣୁପ୍ରସାଦ ପ୍ରଧାନ।

ରିପୋର୍ଟର- ନବରଙ୍ଗପୁରରୁ ନବଘନ ବିଷୋୟୀ

Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe