Advertisment

ସାଇବର କ୍ରାଇମ ବୃଦ୍ଧିକୁ ନେଇ ବର୍ଷିଲେ ହାଇକୋର୍ଟ; କ୍ରାଇମବ୍ରାଞ୍ଚ ଡିଜିଙ୍କୁ କଲେ ରିପୋର୍ଟ ତଲବ

କ୍ରାଇମ ବ୍ରାଞ୍ଚ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବାରୁ ଅପରାଧୀମାନେ ଅଧିକ ଅପରାଧ ଘଟାଇବାକୁ ସାହସ କରୁଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
High Court

High Court

ରାଜ୍ୟରେ ବୃଦ୍ଧି ପାଉଥିବା ସାଇବର କ୍ରାଇମକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଏହାସହ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ରିପୋର୍ଟ ତଲବ  କରିଛନ୍ତି। ପେଟିଏମରେ ଏକ ଠକେଇ ମାମଲାକୁ ନେଇ ଜଣେ ମହିଳା ସୁପ୍ରଭା ବେହେରା ହାଇକୋର୍ଟଙ୍କ ଆବେଦନ କରିଥିଲେ। ଏହାର ଶୁଣାଣି ବେଳେ କ୍ରାଇମବ୍ରାଞ୍ଚକୁ କଡ଼ା ଭର୍ତ୍ସନା କରିଛନ୍ତି ହାଇକୋର୍ଟ।

Advertisment

କହିଛନ୍ତି-ସାଇବର କ୍ରାଇମ ରୋକିବା ଦିଗରେ ପୁଲିସର ପଦକ୍ଷେପ ଯଥେଷ୍ଟ ନୁହଁ କି ପ୍ରଭାବଶାଳୀ ନୁହଁ। ଏସବୁ ମାମଲାର ତଦନ୍ତ ନିରୁତ୍ସାହଜନକ। କ୍ରାଇମବ୍ରାଞ୍ଚ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବାରୁ ଅପରାଧୀମାନେ ଅଧିକ ଅପରାଧ ଘଟାଇବାକୁ ସାହସ କରୁଛନ୍ତି।

ସତ୍ୟପାଠ ଜରିଆରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଏଡିଜି କ୍ରାଇମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ ଥାନାରେ ପଞ୍ଜୀକୃତ ସାଇବର ଅପରାଧର ତଦନ୍ତର ଅଗ୍ରଗତି ସମ୍ପର୍କରେ କ୍ରାଇମବ୍ରାଞ୍ଚ ଡିଜି ସତ୍ୟପାଠ ଦାଖଲ କରନ୍ତୁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରଭାଙ୍କ ମାମଲାର ତଦନ୍ତର ଅଗ୍ରଗତି, ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ତଦନ୍ତକାରୀ ଅଧିକାରୀଙ୍କୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରୀ ୨୯ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ।

Advertisment
Cuttack Odisha Highcourt Crime Branch