Advertisment

ସ୍ତ୍ରୀକୁ ହାଣିବା ପରେ ନିଜେ ଝୁଲି ପଡ଼ିଲା ସ୍ୱାମୀ, ହତ୍ୟାପରେ ଫେସ୍‌ବୁକ୍‌ରେ କହିଛନ୍ତି ଦୁଃଖ

ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନ ମୌଲାନା ସାହିରେ ଏହି ଘଟଣା ଘଟିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Bhaskar Samal and his wife Sasmita Samal.

Bhaskar Samal and his wife Sasmita Samal.

ସ୍ତ୍ରୀକୁ ହାଣିବା ପରେ ନିଜେ ଝୁଲି ପଡିଲା ସ୍ୱାମୀ। ପରିବାର କଳହ ଏପରି ଉଗ୍ରରୂପ ନେଇଛି। ଆଜି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନ ମୌଲାନା ସାହିରେ ଏହି ଘଟଣା ଘଟିଛି। ଏହି ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଏହି ଗାଁର ଭାସ୍କର ସାମଲ ଓ ତାଙ୍କ ସ୍ତ୍ରୀ ସସ୍ମିତା ସାମଲ।

Advertisment

ସୂଚନା ମୁତାବକ, ପରିବାରିକ ମତଭେଦକୁ ନେଇ ଭାସ୍କର ଓ ସସ୍ମିତାଙ୍କ ଭିତରେ ମନମାଳିନ୍ୟ ଥିଲା। ଏମିତି କି କିଛି ମାସ ପୂର୍ବରୁ ଉଭୟ ପକ୍ଷ ଭଦ୍ରଲୋକଙ୍କ ସମ୍ମୁଖରେ ଏହି ମନମାଳିନ୍ୟର ସମାଧାନ ହୋଇଥିଲା। କିନ୍ତୁ ଆଜି ସକାଳୁ ସ୍ଥାନୀୟ ଲୋକେ ଘର ନିକଟରୁ ପ୍ରାୟ ୫୦୦ ମିଟର ଦୂର ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ପରେ ଗାଁ ଲୋକେ ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। ଘର ଲୋକେ ପହଞ୍ଚିବା ପରେ ସସ୍ମିତାଙ୍କୁ ଖୋଜାଖୋଜି କରିଥିଲେ। ଘରେ ତାଲା ପଡିଥିବାରୁ ଓ ସସ୍ମିତାଙ୍କ କୌଣସି ଖବର ନମିଳିବାରୁ, ଘରର ବାହାରେ ପଡ଼ିଥିବା ତାଲା ଭଙ୍ଗା ଯାଇଥିଲା। ଘର ଭିତରୁ ସସ୍ମିତାଙ୍କ କ୍ଷତବିକ୍ଷମ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ବେକ, ଛାତି ଓ ହାତରେ ଗଭୀର କ୍ଷତ ଚିହ୍ନ ଦେଖିବାକୁ ମିଳିଛି।

ଖବର ପାଇ ଧାମନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସେପଟେ ସ୍ତ୍ରୀକୁ ହତ୍ୟା ପରେ ଏବଂ ନିଜେ ଆତ୍ମହତ୍ୟା କରିବା ପୂର୍ବରୁ ଭାସ୍କର ଫେସବୁକ ଲାଇଭରେ ବଖାଣିଥିଲେ ପୂରା ଘଟଣା। ଜଣାଇଥିଲେ ତାଙ୍କ ମନରେ ଥିବା ଦୁଃଖ। ସେ ନିଜେ ସ୍ତ୍ରୀକୁ ହତ୍ୟା କରିଥିବା ଭିଡ଼ିଓରେ ସ୍ୱୀକାର କରିଛନ୍ତି। ପୂର୍ବରୁ ଘଟିଥିବା ଅନେକ ଘଟଣା ବର୍ଣ୍ଣନା କରିବା ସହ ଜନୈକ ପୂର୍ବତନ ଥାନା ଅଧିକାରୀଙ୍କ ବିଷୟରେ ମଧ୍ୟ କହୁଛନ୍ତି।

Advertisment

ମୃତ ସସ୍ମିତାଙ୍କ ବାପା ଭାଗବତ ବେହେରା କହିଛନ୍ତି, ଜ୍ୱାଇଁ ବିଭିନ୍ନ ସମୟରେ ଝିଅକୁ ମାଡ଼ ମାରୁଥିଲା। ଏହି ଘଟଣାକୁ ନେଇ ପଞ୍ଚାୟତରେ ଓ ପୁଲିସରେ ବାରମ୍ବାର ସମାଧାନ ନିମନ୍ତେ ଚେଷ୍ଟା ହୋଇଛି। ୫ ମାସ ତଳେ ଏଭଳି ଏକ ଘଟଣା ଘଟିବା ପରେ ସମାଧାନ ହୋଇଥିଲା। ଝିଅ ଶାଶୁଘରକୁ ଆସିଥିଲା। ଜ୍ୱାଇଁ କୋଲକାତାରୁ ୩ ଦିନ ତଳେ ଘରକୁ ଫେରିଥିଲା। ଯାହା ପରେ ଏଭଳି ଅଘଟଣ ଘଟାଇଛି। ସେମାନଙ୍କ ଔରସରୁ ରହିଥିବା ଦୁଇ ଶିଶୁଙ୍କୁ କିପରି ଲାଳନ ପାଳନ କରାଯିବ ତାହା ଏବେ ଚିନ୍ତାର ବିଷୟ।

ନାବାଳକ ପୁଅ ରାକେଶ ସାମଲ କହିଛି, ରାତିରେ ଖାଇପିଇ ଦୁଇ ଭାଇ ଛାତ ଉପରେ ଶୋଇଥିଲେ। ବୋଉ ଘରେ ଶୋଇଥିବା ବେଳେ ବାପା କୌଣସି ପ୍ରରୋଚନାରେ ପଡ଼ି ଏଭଳି କାଣ୍ଡ ଘଟାଇଛନ୍ତି।

ରିପୋର୍ଟ- ଭଦ୍ରକରୁ ପାର୍ଥ ସାରଥୀ ନାୟକ

Crime Bhadrak Husband-wife Relation Killers