Advertisment

ଯୌତୁକ ଲୋଭରେ ସ୍ୱାମୀ ଅନ୍ଧ, ସ୍ତ୍ରୀକୁ ପିଟିପିଟି ହତ୍ୟା!

ବାପଘର ଅଧିକ ଯୌତୁକ ଦେଇନ ପାରିବାରୁ ଶାଶୁଘର ଲୋକେ ନମିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।

author-image
Biswajit Samal
ଅଦ୍ୟତନ ହୋଇଛି
Police

Police

ଯୌତୁକ ଲୋଭରେ ସ୍ୱାମୀ ହୋଗଲା ଅନ୍ଧ। ପରିବାର ସହ ମିଶି ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ରମ୍ଭା ଥାନାର ବେଣୁଗୌର ଗାଁରୁ।

Advertisment

ମୃତ ବଧୂ ହେଉଛନ୍ତି ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ନିମପୋଲି ଗାଁର ରଘୁନାଥଙ୍କ ଝିଅ ନମିତା ପାତ୍ର। ୨୦୨୩ ମସିହାରେ ବେଣୁଗୌର ଗାଁର ସନ୍ନ୍ୟାସୀଙ୍କ ପୁତ୍ର ସନ୍ତୋଷ ପାତ୍ରକୁ ବିବାହ କରିଥିଲେ ନମିତା ପାତ୍ର। ବିବାହ ସମୟରେ ଦାବି ମୁତାବକ ସମସ୍ତ ଯୌତୁକ ରାଶି ବାପ ଘର ପକ୍ଷରୁ ଦିଆଯାଇ ଥିଲା। ତେବେ ବିବାହର ଦୁଇ ମାସପରେ ନମିତାଙ୍କୁ ଦୁଇ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ଶାଶୁଘର ଲୋକେ କହିଥିଲେ। ଏନେଇ ନମିତା ବାପଘରକୁ ଜଣାଇଥିଲେ। ବାପଘର ଅଧିକ ଯୌତୁକ ଦେଇ ନ ପାରିବାରୁ ଶାଶୁଘର ଲୋକେ ନମିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। 

ଏନେଇ ନମିତାଙ୍କ ବାପଘର ଲୋକ ଅନେକଥର ଶାଶୁଘର ଗାଁରେ ବୈଠକ କରି ସମାଧାନ କରିଥିଲେ। ହେଲେ ଗତକାଲି ପୁଣି ଯୌତୁକ ଦାବିକରି ନମିତାଙ୍କୁ ସ୍ୱାମୀ ଓ ଶାଶୁଘର ଲୋକେ ପିଟିପିଟି ହତ୍ୟାକରିଥିବା ଅଭିଯୋଗ ଆଣିଛନ୍ତି ନମିତାଙ୍କ ବାପଘର ଲୋକ। ଏନେଇ ରମ୍ଭା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସହ ସ୍ୱାମୀ ସନ୍ତୋଷ ପାତ୍ରଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି। 

Advertisment
Murder