Advertisment

ସ୍ତ୍ରୀକୁ ହାଣିଲା ସ୍ୱାମୀ

ପ୍ରତାପ ଗାଈ ଗୁହାଳ ଭିତରୁ ଏକ ଧାରୁଆ ଅସ୍ତ୍ର ଆଣି କଲ୍ୟାଣୀଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରିଥିବା ଜଣା ପଡ଼ିଛି।

Dhenknal

Dhenknal

Advertisment

ପାରିବାରିକ କଳହର କରୁଣ ପରିଣତି। ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହାଣି ହତ୍ୟାକଲା ସ୍ୱାମୀ। ଯେଉଁ ହାତରେ ସିନ୍ଦୂର ପିନ୍ଧାଇଥିଲା ସେଇ ହାତରେ ହାଣି ହତ୍ୟାକଲା ସ୍ୱାମୀ। ଏଭଳି ଏକ ବୀଭତ୍ସ ହତ୍ୟାକଣ୍ଡ ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସରଖିଆ ଗାଁରେ।

Advertisment

ସୂଚନା ଅନୁସାରେ ଜମି ବିକ୍ରି କରିବା ପାଇଁ ସ୍ତ୍ରୀ କଲ୍ୟାଣୀ ସ୍ୱାଇଁଙ୍କୁ ମଦ୍ୟପ ସ୍ୱାମୀ ପ୍ରତାପ ବାରମ୍ୱାର ଧମକ ଦେଇ ଆସୁଥିଲା। ଜମି ବିକ୍ରି କରିବାକୁ ନେଇ କଲ୍ୟାଣୀ ରାଜି ହେଉ ନଥିଲେ। ଆଜି ପୁଣି ସେଇ କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ପ୍ରତାପ ଗାଈ ଗୁହାଳ ଭିତରୁ ଏକ ଧାରୁଆ ଅସ୍ତ୍ର ଆଣି କଲ୍ୟାଣୀଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରିଥିବା ଜଣା ପଡ଼ିଛି।

ସ୍ତ୍ରୀକୁ ହତ୍ୟା କରି ପ୍ରତାପ ଗାଁ ପାଖ ଜଙ୍ଗଲରେ ଲିଚିଥିଲା। ଖବର ପାଇଁ ସଦର ଥାନା ପୁଲିସ କଲ୍ୟାଣୀର ମୃତ ଶରୀରକୁ ଜବତ କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଅନ୍ୟପଟେ ବହୁ ଖୋଜାଖୋଜି ପରେ ପ୍ରତାପକୁ ଗିରଫ କରିଛି ପୁଲିସ।

Advertisment

ରିପୋର୍ଟ- ଢେଙ୍କାନାଳରୁ ରାଜଶ୍ରୀ ଶତପଥୀ

Murder Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe